ଆସୁଛି ରଥ
ଆସୁଛି ରଥ
ଆସୁଛି ରଥ ଉଡାଇ ନେତ
ଚାହାଁ ଚାହାଁ ସଖି ଚାହାଁ ଲୋ
ରଥରେ ବସିଛି କାଳିଆ ସାଆନ୍ତ
ଅପୂର୍ବ ଶୋଭା କି ଆହା ଲୋ
ନାମ ଯାର ଚଉବାହା ଲୋ ।
ଭାବର ଠାକୁର ଭାବେ ବନ୍ଧା ଯାର
ଭକତଙ୍କ ଭାଗ୍ୟ ଡୋରି
ବସି ଚଳାଉଛି ବଡ଼ ଦେଉଳରେ
ସବୁ ଡୋରି ହାତେ ଧରି
ସିଏ ତ ଆସୁଛି ନନ୍ଦିଘୋଷେ ବସି
ରଥରେ ଲାଗିଛି ଡୋରି
ତାକୁ, ଭକତେ ନିଏ ଘୋଷାରି ।
ଭକ୍ତ ଭଗବାନ ହୁଅଇ ମିଳନ
ଏଇ ଯେ ଗୁଣ୍ଡିଚା ଯାତେ
ଯାର ତିନି ପାଦେ ତ୍ରିପୁର ଆଛାଦେ
ବାମନ ରୂପରେ ରଥେ
ସେ ରଥ ଛୁଇଁଲେ ଜୀବନରେ ଥରେ
ପବିତ୍ର ଜୀବନ ନାଆ.
ସଦା, ସାହା ହେବେ ଚଉବାହା ।