ମମତା
ମମତା
ମମତା ହୃଦୟର କଥା
ମମତା ସହୃଦୟତା
ମମତା ବଞ୍ଚିବାର କଳା
ମମତା ପ୍ରୀତିର ମାଳା
ମମତା ଏମିତି ନଈ
ସୁଅରେ ତା ଗୁନ୍ଥା ହୋଇ
ପରିବାର ସମାଜ ରାଷ୍ଟ୍ର
ଜୀବନ୍ତ ଜୀବନ୍ତ ଲାଗଇ
ଈଶ୍ଵର ଦତ୍ତ ସ୍ୱର୍ଗୀୟ ଫଳ
ତୋଳେ ଯେ ସୁନେଲୀ ସକାଳ
ମମତା ଗୋଲାପର କଳି
ମାଗେ ଅଞ୍ଜଳି ଭଳି ଭାଳି
ମମତା ଚମକ୍ ପ୍ରୀତିରେ
ମମତା ଆହୁଲା ନାଆରେ
ମମତା ଭରେ ଭାରି ଅଞ୍ଜଳି
ମମତା ପ୍ରୀତି ମୈତ୍ରୀ ଶିକୁଳି
ମମତା ଥିଲେ ସ୍ୱର୍ଗ ମର୍ତ୍ତ୍ୟରେ
ମମତା ବିନା ଜୀଇଁବା କଷ୍ଟରେ
ମମତା ରାହା ସାହା ଆହା
ମାଗେ ମମତା ଟୋପେ ଯାହା