ତୁମେ ମହାଶୂନ୍ୟ
ତୁମେ ମହାଶୂନ୍ୟ
ସବୁଥିରେ ପୂର୍ଣ୍ଣ ତୁମେ ମହାଶୂନ୍ୟ
ଚର୍ମ ଚକ୍ଷୁ ଦେଖେ ଭିନ୍ନ
ଅଜ୍ଞାନୀ ଦେଖୁଛି କାଷ୍ଠ ଦାରୁ ମୂର୍ତ୍ତି
ଜ୍ଞାନୀ ଦେଖେ ପରଂବ୍ରହ୍ମ
ସଦା, ଆଶିର୍ବାଦେ ଦିବ୍ୟଜ୍ଞାନ ।
ମୃତ୍ତିକା ସ୍ୱାଦଟା ପିତା କଷା ମିଠା
ଚାଖିଲେ ହୁଏନି ଜଣା
ସ୍ଵଗୁଣେ ଉତ୍ତମା ବୃକ୍ଷରାଜି ସିନା
ଦିଅନ୍ତି ତାର ଠିକଣା
ଆତ୍ମା ଦିବ୍ୟଜ୍ଞାନ ଲଭିବାକୁ ଘେନ
ବୃକ୍ଷ ରୂପି ଶ୍ରେଷ୍ଠ ନାମ ।
ସେହି ପରଂବ୍ରହ୍ମ ଦିବ୍ୟଜ୍ଞାନେ ପୂର୍ଣ୍ଣ
ପଥ ଏକା ଆରାଧନା
ସତକର୍ମ ବଳ ଲୟ ତା ପୟର
ପୁରାଏ ମନସ୍କାମନା
ବୃକ୍ଷ ପାଇଁ ଶ୍ରମ ନାମ ପାଇଁ ମନ
ସୁଫଳ ପ୍ରାପ୍ତି ସୁଜନ ।