STORYMIRROR

Kalandi pal

Inspirational

3  

Kalandi pal

Inspirational

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
300



ସର୍ବଦା ନିର୍ମଳ  ସାଗରର ଜଳ

    ହୃଦେ ବହି ବନ୍ୟା ଜଳ

ମୋ କଳା ସାଆନ୍ତ ଅତି ଶୁଦ୍ଧମନ୍ତ

    ଭକ୍ତ ପାପ ବହି ଉର

ବସି, ପୁଣ୍ୟକ୍ଷେତ୍ର ନୀଳାଚଳ ।


ବାସ ଫୁଲ ବାସେ  ଭ୍ରମର ତ ରସେ

    ଭକ୍ତ ରସେ ଭକ୍ତି ବାସେ 

ପ୍ରଭୁପଣ ରସେ   ଭକତର ପାଶେ

    ଯକ୍ଷ ଯେହ୍ନେ ଧନେ ରସେ

ଥାଉ ଯେତେ ପାପ ଲଭଇ ଦୁସ୍ପ୍ରାପ୍ୟ

    ଶରଣେ ପଦଯୁଗଳ ।


ସ୍ଵର୍ଣ୍ଣେ ଅଗ୍ନି ଦାହି  ଉଜ୍ବଳ ଲଭଇ

    ଭକ୍ତି ଅଗ୍ନି ପାପ ଦହେ

ଭକ୍ତି ଗନ୍ତାଘର  ତୁମେ ସର୍ବେଶ୍ଵର

     ସ୍ପର୍ଶେ ପାପ ଲୀନ ହୁଏ

ସଦା ପୁଣ୍ୟମୟ ପବିତ୍ରତା କାୟ

     ଶୁଦ୍ଧ ଯେହ୍ନେ ଗଙ୍ଗା ଜଳ ।


Rate this content
Log in

Similar oriya poem from Inspirational