ମମତାର ଡୋର
ମମତାର ଡୋର
ମମତାର ଡୋର ପ୍ରେମ ସଂପର୍କର
ଟାଣେ ହୃଦୟ ସରକୁ,
ବାକି ରହିଯାଏ ତଥାପୀ ତ କିଛି
ମମତାର ସଂପର୍କକୁ ।
ଏହି ତ ଦୁନିଆଁ ମମତାର ସର
ବାନ୍ଧେ ହୃଦୟ ବନ୍ଧକୁ,
ମମତା ବାନ୍ଧଇ ମମତାକୁ ପୁଣି
ମମତା ମହାଧାରାକୁ ।
ନେତ୍ରେ ଯାହା ଦିଶେ ସ୍ଥାବର ଜଙ୍ଗମ
ମମତାର ଅଂଶଟିଏ ,
ସଂସାର ସାଗର ବିନ୍ଦୁଟିଏ ସେତ
ମମତାର ଧାରାଟିଏ ।
ମାତାର ମମତା ପିତାର ତାଡ଼ନା
ଲାଗେ ସ୍ବର୍ଗ ସୁଖ ଭଳି,
ସେ ଅମୃତ ଝର ମମତାର ସୁର
ବହେ ଅମୃତକୁ ବଳି ।
ଥିବ ଜୀବେ ଦୟା ଛାଡ଼ି ମୋହ ମାୟା
ମମତାକୁ ଆଶ୍ରା କରି,
ସଂସାର ସ୍ରୋତର ସୁଖ ନୂଆ ଝର
ଆସିଥାଏ ସେ ତ ଝରି ।
<
p>
ଯହିଁ ପିତାମାତା ଦେବତା ସମାନ
ସେ ଗୃହ ଅଟେ ମନ୍ଦିର,
ମମତା ରଜ୍ଜୁରେ ବନ୍ଧା ହୋଇଥାଏ
ଗୃହ ସାଥେ ପରିବାର ।
ହୄଦେ ପ୍ରଭୁ ଦିଅ ମମତା ସେନେହ
ଭରିଯାଉ ହୃଦସର,
ବାଣ୍ଟିବି ମମତା ସେନେହ ଅପାର
ଥିବ ଯେତେ ହୃଦୟର ।
ଯେତେ ବାଣ୍ଟୁଥିବି ମମତା ବାଢ଼ିବି
ମମତାକୁ କରି ଧନ,
ଆନ ଧନ ମୋର ନ ଲୋଡ଼େ ନୟନ
ମମତାକୁ କରି ଆନ ।
ପ୍ରତି ପ୍ରାଣେ ଯେବେ ମମତାର ସୁଅ
ବଢ଼ିଯିବ ନଈ ପରି,
ମମତା ରସକୁ ପାନ କରି ସର୍ବେ
ତରିଯିବେ ତାକୁ ଧରି ।
ମମତା ବିପ୍ଳବ ପ୍ରତି ହୄଦେ ଆସୁ
ମମତାର ସୁଅ ବହୁ,
ଅମୃତ ଜଗତ ଅମୃତରେ ଭରୁ
ମମତା ମନ୍ଦିର ସେହୁ ।