STORYMIRROR

Kalandi pal

Inspirational

3  

Kalandi pal

Inspirational

ଭାଙ୍ଗି ଗଲା ରୋଷ ଶାଳା

ଭାଙ୍ଗି ଗଲା ରୋଷ ଶାଳା

1 min
180


ଅନନ୍ତ ଅରୂପ   ଦାରୁବ୍ରହ୍ମ ରୂପ

   ଅପୂର୍ବ ତୋ ଲୀଳା ଖେଳା.

କିଏ ସେ ବୁଝିବ ତୋର ପରାଭବ   

  ତୋତେ ଜଣା ତୋର ଲୀଳା.

  ପ୍ରଭୁ, ଏ କି ଅଘଟଣ ହେଲା.!


ପଥର ଖସିଲା   ଶାଗୁଣା ବସିଲା

    ଚକିତ ହୋଇଲା ଧରା.

ଉଡ଼ିଗଲା ତୋର   ପତିତପାବନ 

    ପ୍ରଭୁପଣ ଥାଉ ପରା.

ଆଜି ଲକ୍ଷ୍ମୀମାତା  ହୁଅନ୍ତି ଦୁଃଖିତା 

   ଭାଙ୍ଗିଗଲା ରୋଷଶାଳା.

  ନୀଳାଚଳରେ ହୁରି ପଡିଲା.!


ଦାରୁ ଚୟନରେ   ବ୍ରହ୍ମବିଭ୍ରାଟରେ

   ପୁଣି କରୋନାର କାଳେ.

ସେବାୟତ ଦଳେ ନୀତିକାନ୍ତି ବେଳେ

    ନିୟମ ସବୁ ବଦଳେ.

ଭଣ୍ଡାରର ତାଲା ପାଇଁ କେତେ ପାଲା

    ସାରା ଦୁନିଆଁ ଖୋଜିଲା.  

ତେବେ ତୋର ନିଦ ନ ଭାଙ୍ଗିଲା.!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational