STORYMIRROR

Hrushikesh Satpathy

Romance Inspirational

3  

Hrushikesh Satpathy

Romance Inspirational

ତୁମେ , ମୁଁ ଆଉ ସମ୍ପର୍କ

ତୁମେ , ମୁଁ ଆଉ ସମ୍ପର୍କ

1 min
116


ତୁମେ....!

ଅଭିମାନର

ଅଦୃଷ୍ଟ ଅନ୍ତଃସ୍ବର !!


ତୁମେ... !

ସ୍ୱାଭିମାନର

ସଂଭ୍ରମ କଣ୍ଠସ୍ୱର !!


ତୁମେ... !

ବିପ୍ଳବର

ଅଙ୍କକଷା ଅଗ୍ନିସ୍ଫୁଲିଙ୍ଗ !!


ତୁମେ , ପୁଣି...

ସହନଶୀଳତାର

ବିସ୍ତୀର୍ଣ୍ଣ ବତିଘରଟିଏ !!


କୁହ ତା' ହେଲେ...

କି ବୋଲି ଡାକିବି ?

ଅସ୍ମିତା ନା ଅପରାଜିତା ?

ପୁଣ୍ୟଗର୍ଭା ଅବା ପୁଣ୍ୟସ୍ରୋତା ?


ଯାହା ଡାକିଲେ ବି ,

ତୁମେ ତ ଅନନ୍ୟା...!!

ତୁମେ ତ ମର୍ତ୍ତ୍ୟର ମାନବୀ

ଅଥଚ , ସ୍ବର୍ଗୀୟା ଦେବକନ୍ୟା...!!


ମୁଁ , ଅଧମ...

ସାମାନ୍ୟ କବିଟିଏ !

କବି ହୋଇ କାବ୍ୟ କଳ୍ପୁଥିବି ,

ଶିଳ୍ପୀ ହୋଇ ତୁମ ଚିତ୍ର ଆଙ୍କୁଥିବି ,

ଅଥବା , ଭଙ୍ଗା ହୃଦୟକୁ

ମିଛ ସାନ୍ତ୍ୱନା ଦେଇଚାଲିଥିବି ଯେ

ଚାଲ୍ , ମାୟା ମିରିଗ ପଛରେ...!


ସତରେ...!

ଏଇ ସବୁ ସାମ୍ରାଜ୍ୟ ; ସାମ୍ରାଜ୍ୟ ନୁହେଁ ,

ଏ ରାଜମହଲ ; ରାଜମହଲ ନୁହେଁ ,

ଏ ଆଧିପତ୍ୟ ; ଆଧିପତ୍ୟ ନୁହେଁ....!

ସବୁ ପ୍ରହେଳିକା....!


କିନ୍ତୁ , ତୁମେ ତ ତୁମେ...

ମୁଁ ବି ମୁଁ....

ଆଉ , ଆମ ସଂପର୍କ

ମାନବୀୟ ମମତାର ଆଦ୍ୟ ବିନ୍ଦୁ ,

ଯାହାର ପ୍ରାନ୍ତ ଅପରିକଳ୍ପନୀୟ !!


Rate this content
Log in

Similar oriya poem from Romance