ମନ ମୌସୁମୀ
ମନ ମୌସୁମୀ
ମନ ମୋର ହୁଏ ମୌସୁମୀର ପରି
ଖେଳେ ଯହିଁ ନିତି ଭାବ ଅସୁମାରୀ ।
କେବେ କେବେ ଆଣେ ସେ ଆନନ୍ଦ
ପୁଣି କେବେ କ୍ଷଣେ ବୁଣେ ନିରାନନ୍ଦ ।
ନିଦାଘ ତପତ ବ୍ୟଥାତୁର ମନେ
ସାନ୍ତ୍ଵନା କେବଳ ମଉସୁମୀ ଆଣେ ।
ଯନ୍ତ୍ରଣାର ଜ।ଳେ ସନ୍ତାପିତ ମନେ
ମରମ ପରଷି ପ୍ରୀତି କଥା ଶୁଣେ ।
ଯେବେ ଆନନ୍ଦର ଅନୁଭବ କରି
କ୍ଷଣକ ଭିତରେ ଦୁଃଖ ଶୋକ ଭୁଲି ।
ସଞ୍ଚରେ ଅନ୍ତରେ ସୁସ୍ନିଗ୍ଧ ମାଧୁରୀ
ମନ ଅଟେ ମୋର ମଉସୁମୀ ପରି ।
ମାଧୁର୍ଯ୍ୟର ମଧୁମୟୀ ପ୍ଲାବନରେ
ମୟୂରର ନୃତ୍ୟ ପରି ନୃତ୍ୟ କରେ ।
ନବ ପ୍ରତିଭା ପ୍ରଭାବ ପକାଇବା ପରି
ନବ ପଲ୍ଲବେ ଯେ କେତେ ଯାଏ ଖେଳି ।
ପ୍ରୀତିର ସୁରଭି ଧାରାରେ ସେ
ମୋ ମନ ମୌସୁମୀ ନିତି କେତେ ରସେ ।
ବରଷା ବତାଷି ରଚି ନାନା ମତେ
ପ୍ରାଣେ ସତେଜତା ଭରି ଦିଏ ନିତ୍ୟେ ।