STORYMIRROR

Sucharita Patra

Romance

3  

Sucharita Patra

Romance

ପାଗେଳୀ ଝିଅଟି ମୁଁ

ପାଗେଳୀ ଝିଅଟି ମୁଁ

1 min
266

ଅବୁଝା ହୁଏ ଅସ୍ଥିର ହୁଏ ବେଳେବେଳେ

ଅଭିମାନରେ ଗରଗର ହେଲେ 

ସେ ତା ଛାତିର ସ୍ପନ୍ଦନର ଟିକ୍‌ଟିକ୍ ଭିତରେ

ମୁଣ୍ଡ ମାଡ଼ିବାକୁ ଜାଗାଟିଏ ଦିଏ

ହଁ ସେ ପାଗେଳୀ ଝିଅଟିର ପ୍ରେମିକ ଟିଏ ।


ମୋର ପ୍ରତିଟି କଳଙ୍କକୁ ନିଜ ଭିତରେ

ଘଷି ମାଜି ଦେବାକୁ ସେ ଆଗଭର ହୁଏ

ପତ୍ରଝଡ଼ା ପରି ନିଇତି ଝଡୁଥାଏ

ରଞ୍ଜକ ପରି ନିଇତି ଜଳୁଥାଏ

ହେଲେ ଧୂସର ଓ କଳା ପଡି ଝଡିଗଲେ

ମୋତେ ଆଭାସ ଦିଏନି

ତା'ର ଭୂଲ ନଥାଇ ଚିଡିଗଲେ ବି

ନିଜକୁ ଓଦା କାଠ ପରି ବତୁରେଇ

ମୋର ପ୍ରତିଟି ଶଦ୍ଦବିଦ୍ଧ ତୀରରେ ଆହତ ହୁଏ

ହଁ ସେ ସେଇ ପାଗେଳୀ ଝିଅଟିର ପ୍ରେମିକ ଟିଏ।


ମୋର ପ୍ରତିଟି ଭୁଲ୍ କୁ ସହିନିଏ

ଠିକ୍‌ ଯେମିତି 

ଧୂଳିମଖା ଝାଉଁଳା ପତ୍ରରେ  

ସେ ପ୍ରେମର ବର୍ଷା କରି ସତେଜ କରିଦିଏ

ତା’ ଶଦ୍ଦ କୁଆଡେ ମୋ ପାଇଁ ଅମୃତ

କହେ, ଜାଣିଛୁ ତୁ କେବେ ମରି ପାରିବୁନି

ମୁଁ ପଚାରେ କେମିତି

ମୋ ଶଦ୍ଦରେ ତୁ ଅମର, ସବୁବେଳେ ସର୍ଜୀବ

ହଁ ସେ ସେଇ ପାଗେଳୀ ଝିଅଟିର ପ୍ରେମିକଟିଏ।

 

ପଦୁଟିଏ କହିଲେ ବି ତାକୁ କାଟେନି

ସ୍ନେହ ଭରା ଆଖିରେ କୁହେ 

ତୋ ପ୍ରେମରେ ତ ମୋତେ ମା’ ମା’ ବାସେ

ଆକଟ କଳି ଅଭିମାନ

ସବୁ ଯେମିତି ନୀରଭେଜାଲ ଓ ଦୁର୍ଲ୍ଲଭ

ସେ ସେଇ ପାଗେଳୀ ଝିଅଟିର ପ୍ରେମିକଟିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance