STORYMIRROR

Sucharita Patra

Romance

3  

Sucharita Patra

Romance

ଅଭିମାନ

ଅଭିମାନ

1 min
154

ଅଭିମାନ କରିଛି ବୋଲି କହୁଛୁ 

ଯଦି ସେଇଟା ଅଭିମାନ ହୁଏ

କଳା ବାଦଲ ଯେବେ ମାଟିକୁ କିଛି କହି ନ ପାରି

ଅଭିମାନରେ ଗର୍ଜନ କରେ

ତାକୁ କଣ କହିବୁ

ଚାଉଳ ଯେତେବେଳେ ପାଣି ସହ ରୁଷି ଯାଏ

ତା କୁ କିଛି କହି ନ ପାରି ଫୁଟଫୁଟ ହୋଇ ଅଭିମାନ ଜଣାଏ

ଫୁଲ ସହ ସଙ୍ଗମ ନ କରିପାରି ମହୁମାଛି ଯେତେବେଳେ ରାଗିଯାଏ

ମୁହଁ ଫୁଲାଇ ସେ ବି ଭଣଭଣ ହୁଏ

କୁମୁଦ ହସେ ତାର ମନର ମଣିଷକୁ ନୀଳ ଅଆକାଶରେ ଦେଖି

ହେଲେ ସେ ଅସ୍ତଗଲେ ଅଭିମାନରେ ମନ ମାରି ମୁଦି ହୋଇଯାଏ

ମୋ ଅଭିମାନ ହିଁ ତୋର ଆକାଶ ପରି ତୋଫା ଫୁଟୁଥିବା ହସକୁ 

ଅସ୍ଥିର କରିଦିଏ। 

ସେଇ ଫୁଟନ୍ତା ହସରେ ମୁଁ ସବୁଦିନ ମରୁଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance