STORYMIRROR

Sucharita Patra

Romance

3  

Sucharita Patra

Romance

ବର୍ଷା

ବର୍ଷା

1 min
229

ବର୍ଷା ହେଲେ ଚାହା ସହ ତମ କଥା ବି ମନେପଡେ।

ତମର ସେ ଚାହା ପିଇବା ସମୟରେ ମୁଚୁକୁନ୍ଦିଆ ହସ

ତମ ପରି ଭାରି ଜିଦିଆ ଏ ବର୍ଷା।

ଦେଖୁନ ଫେରିଯାଇ କେମିତି ଲେଉଟି ଆସିଛି।

ଯେମିତି ତମେ କଥା କଥାକେ ନଛୋଡାବନ୍ଧା ପରି ଅଳି କରି ବସ।

ମନେଅଛି ଦୁହେଁ ସାମ୍ନା ସାମ୍ନି ବସି ଚାହା ପିଇବା ସମୟରେ

ନିଜ ନିଜ ଭିତରେ ହଜି ଯାଇଥିଲେ।

କେତେବେଳେ ବର୍ଷା ଛାଡ଼ିଲା....

ଉମମମମମମମ.....

ମନେ ନାହିଁ।

କିଏ ଦେଖୁଥିଲା ତା ବି ମନେ ନାହିଁ। 

ବାସ୍ ମନେ ଅଛି ଥିଲ ତମେ ଆଉ ଥିଲି ମୁଁ।

ଅସରା ଅସରା ବାହାରେ ବର୍ଷା ହେଉଥିଲା

ମାତ୍ର ଆମେ ଚାହା ହୋଇ ପରସ୍ପରକୁ ପିଉଥିଲେ।

ପାଣି ତାର ବିଧର୍ମୀ କାମ କରୁଥିଲା।

ନିଜେ ଥଣ୍ଡା ହେଲେ, ଆମକୁ ଜଳାଉଥାଏ।

ଏଇ ଭିତରେ ସେ ଚାହା କପ୍ ବି ଥଣ୍ଡା ହେଇଗଲାଣି।

ହେଲେ ଆମେ କପେ ପରେ ଆଉ କପେ ପିଇ ଚାଲିଥିଲେ।

ଏମିତି ଦୁଇ କି ତିନୋଟି.......

ଠିକ୍ ସେ ମନେ ନାହିଁ।

ତମର ବି ମନେ ନଥିବ। 

ଠିକ୍ କହିଲି ନା??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance