STORYMIRROR

Amit Bal

Romance Inspirational

3  

Amit Bal

Romance Inspirational

ସମ୍ପର୍କର ହାତ ଧରି

ସମ୍ପର୍କର ହାତ ଧରି

1 min
178

ଭାଗ୍ୟର ଆକାଶେ ଚନ୍ଦ୍ରମା ପରିକା

  ପକାଇ ପ୍ରୀତିର ଝୋଟି

ଆସିଥିଲ ତମେ ଫଗୁଣ ପ୍ରଭାତେ

  ଖୁସିର ମହକ ବାଣ୍ଟି  


ଯୋଡିଲ ମୋ ସାଥେ ସଂପର୍କର ଡୋର

  ଚାଲିଲ ଅମଡ଼ା ବାଟେ

ମଧୁମୟ ହେଲା ବେସୁରା ଜୀବନ

   ସତେକି ସୁରଭି ଛୁଟେ  


କିଛି ସ୍ମୃତି ଆଜି ଝରା ମେଘ ପରି

   ଝର ଝର ପଡେ ଝରି

କୁଆଡେ ଗଲାଣି ପୁରୁଣା ଦିନ ସେ

   ଲାଗୁଛି କାଲିକା ପରି  


ଶିହରଣ ଭରା ଏଇ ମୋ ଦୁନିଆ

  ତମକୁ ନେଇ ମୋ ଆଜି

ଥଳକୂଳ ନାହିଁ ତମକୁ ଛାଡି ଯେ

   ମାନିବାକୁ ମୁଁ ବି ରାଜି  


ଶରତର ଚାନ୍ଦ ବସନ୍ତ ମଳୟ

   ପ୍ରଥମ ବର୍ଷାର ଛୁଆଁ

ମୋ ପାଇଁ ସାଥୀ ସବୁ କିଛି ତୁମେ

  ଆଉ କିଛି ନୁହେଁ ନୂଆ  


ଜୀବନର ଚିତ୍ର ଆଙ୍କି ଚାଲିଯିବା

  ଆସ ଆମେ ଦୁହେଁ ମିଶି

ଆଗାମୀ କାଲିର ଶୁଭକୁ ମନାସି

  ଧିରେ ଧିରେ ହସି ହସି ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance