ଓଦା ଓଦା ପ୍ରେମର ପୁଲକ
ଓଦା ଓଦା ପ୍ରେମର ପୁଲକ
ଓଦା ଓଦା ପ୍ରେମର ପୁଲକ
ଚୁନା ଚୁନା ମେଘର ପରଶ,
ଯେବେ ଛୁଇଁ ଯାଏ ଦେହ ଆଉ ମନକୁ
ସ୍ବତଃ ବଢିଯାଏ ପ୍ରୀତିର ଆୟୁଷ ।
ମନ ମୋହେ ନୀରବତାର ନଈକୂଳ
ବସାବାହୁଡା ପକ୍ଷୀଙ୍କ ଉଡାଣ ବେଳ
ପୁଣି ଉଙ୍କି ମାରେ ସନ୍ଧ୍ୟା ତାରା ଯେବେ
ଜୀବନ ହୋଇଉଠେ ଆହୁରି ଚଳଚଞ୍ଚଳ ।
ଶୁଣାଯାଏ କାହାର ପାଦ ଶବ୍ଦ
କାହିଁ କେତେ ଦୂରେ ଗୋଧୂଳି ବେଳାରେ
କେଜାଣି କିଏହେବ ଅଭିଷିକ୍ତ
ମୋ ଏଇ ଅସଜଡା ଅଲୋଡା ହୃଦୟ ସିଂହାସନରେ ।
ନିରୁତ୍ତା ଆବେଗ, ଛଳଛଳ ପ୍ରେମ
ପ୍ରତିଶ୍ରୁତିର ମନ୍ଦ ମନ୍ଦ ପବନରେ
ବେଳେ ବେଳେ ମନେହୁଏ ସତେକି
ଶିଳାଖଣ୍ଡ ଉପରେ କେତକୀ ପାଖୁଡାର ଆସ୍ତରଣ ।
ଯିଏ ନିଜର ଅସ୍ତିତ୍ବ ଖୋଜି ବୁଲୁଛି
ଅପେକ୍ଷାରତ ଅଭିମାନର ଉପବନରେ
କରି ଦେଇ ସବୁ କିଛି ସମର୍ପଣ ।

