ଶ୍ରାବଣର ଅଭିସାରିକା ମୁଁ
ଶ୍ରାବଣର ଅଭିସାରିକା ମୁଁ
ଶ୍ରାବଣ ବର୍ଷାରେ ଶରଦ ରାତିର
ଜହ୍ନ ହସେ କଇଁ ଦେଖି,
ଜ୍ୟୋତ୍ସ୍ନା ବିଧୌତ ଶାରଦ ରଜନୀ
ଅଛି ଦୁଇ ପ୍ରେମେ ସାକ୍ଷୀ ।
ବୈଶାଖି ତାତିର ଶାନ୍ତି ଆଶାୟୀ
ସ୍ମୃତି ର ବିରହୀ ମନ,
ବସନ୍ତ କହୁଛି ଦୁରୁ ହାତ ଠାରି
ଆସୁଛି ମଳୟ ଦିନ ।
ହଜିଲା ସପନ ଖୋଜୁଛି ନିଦରୁ
ସାଇତିବି ବୋଲି ସ୍ମୃତି,
ହେମନ୍ତ ରାତିର ଗଙ୍ଗଶିଉଳୀ ମୁଁ
ବର୍ଷା ମୋ ଚୀର ସାଥୀ ।
ସମୟ ଖେଳୁଛି ସ୍ବପ୍ନ ସାଥୀରେ
କଳ୍ପନା ର ଲୁଚକାଳି,
ଅଭିସାରିକା ମୁଁ ସ୍ମୃତିର ନାୟୀକା
ଆଶା ମୋର ମରୁବାଲି ।

