STORYMIRROR

Debadatta Jena

Romance

3  

Debadatta Jena

Romance

ଜହ୍ନରାତିର ସ୍ବପ୍ନ..

ଜହ୍ନରାତିର ସ୍ବପ୍ନ..

1 min
224


ଏ ଜହ୍ନକୁ ମାଗିଛି ଜ୍ୟୋତ୍ସ୍ନା 


ତୋ ପାଇଁ.. 


ସେ ଫୁଲକୁ ମାଗିଛି ବାସ୍ନା 


ତୋ ପାଇଁ.. 


ସେ ଜହ୍ନ ବି ଉଇଁ ଯିବ, ସେ ଫୁଲ ବି ଫୁଟି ଯିବ, 


ତୋ ପାଇଁ ଜହ୍ନ ରାତି, ତୋ ପାଇଁ ମଧୁ ଗୀତି, 


ଏ ସବୁ ତୋ ପାଇଁ, ଏ ଜହ୍ନ ରାତି ତୋ ପାଇଁ, 


ମଧୁ ଗୀତି ତୋ ପାଇଁ..!



ତାରାରୁ ଆଣିବି ଜ୍ୟୋତି, 


ଖାସ ତୋ ପାଇଁ, 


ଶାମୁକା ସାଜିବ ମୋତି, 


ବାସ ତୋ ପାଇଁ, 


ସେ ତାରା ବି ଝଲସିବ, ମୋତି ପରି ଚମକିବ, 


ସବୁ ଦିନ ତୋ ପାଇଁ, ସବୁ ଖୁସି ତୋ ପାଇଁ, 


ଆକାଶ ବି ତୋ ପାଇଁ, ସାଗର ବି ତୋ ପାଇଁ, 


ଆକାଶ ବି ତାରା ବୁଣେ,ସାଗରରେ ମୋତି ଜନ୍ମେ 


ସବୁ ଦିନ ତୋ ପାଇଁ, ସ୍ୱପ୍ନ ରାତି ତୋ ପାଇଁ.. !


ଏ ମାଟିକୁ ମାଗିଛି ମୂଲ, 


ତୋ ଖୁସି ପାଇଁ, 


ଆଖିକୁ ମାଗିଛି ନିଦ, 


ତୋ ସ୍ୱପ୍ନ ପାଇଁ, 


ସେ ମାଟି ବି ମହକିବ, ସପନ ବି ଝଟକିବ, 


ସାରା ଜୀବନ ପାଇଁ, 


ତୋ ପାଇଁ ମାଟି ଲଗ୍ନା, ତୋ ପାଇଁ ମଧୁ ଜ୍ୟୋତ୍ସ୍ନା 


ପ୍ରେମ ପୁଲକ ପାଇ, ପ୍ରୀତି ପରଶ ପାଇ, 


ଶ୍ୱେତ ପଦ୍ମା ତୋ ପାଇଁ, ପଦ୍ମ ଗନ୍ଧା ତୋ ପାଇଁ, 


ସେ ତାରା ବି ଚମକିବ,


ସେ ସପନ ସତ ହେବ, 


ତୋ ହୃଦୟେ ପୁଣି, ପ୍ରେମ ମହକ ହୋଇ..


ସବୁ ରାତି ତୋ ପାଇଁ, ସବୁ ଦିନ ତୋ ପାଇଁ !


ସବୁ ସ୍ୱପ୍ନ ତୋ ପାଇଁ, ସବୁ ଜନ୍ମ ତୋ ପାଇଁ.. !! 


ସବୁ ଜନ୍ମ ତୋ ପାଇଁ, ସାରା ଜନମେ ତୁହି..!!!


     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance