STORYMIRROR

Jashobant Pattanayak

Romance

3  

Jashobant Pattanayak

Romance

ପ୍ରିୟତମା

ପ୍ରିୟତମା

1 min
236


 ପ୍ରିୟା ଗୋ' ତୁମେ ମୋ' ମନବଗିଚାର ପ୍ରୀତିଭରା ଝରାଫୁଲ,

ନାଚି ନାଚି ଯାଅ ଖିଲିଖିଲି ହସି

ଦିଶୁଥାଅ ଝଲମଲ ।।


ତୁମେ ତ' ହସିଲେ ମୁକୁତା ଝରଇ

ଝରଇ ମଧୁର ପୀୟୂଷ,

ଜହ୍ନ ଖସିଆସେ ମରତଭୂଇଁକୁ

ପାଇବାକୁ ତୁମ ପରଶ ।।


ତୁମରି ରୂପରେ ଜହ୍ନ ପଡେ ଫିକା

ଫିକା ବି ପଡେ ସୂରୁଜ,

ତୁମରି ଓଠର ଲାଲିମା ଆଗରେ

ଫିକାପଡେ ନାଲି ମୁରୁଜ ।।


ଖୋଜୁଥିଲି ଏକ ଜୀବନସାଥୀ ମୁଁ

ହୄଦୟ ମୋ' ଥିଲା ଖାଲି,

ଏତେ ଦିନ ପରେ ତୁମକୁ ପାଇଲି

ପାରିବିନି କେବେ ଭୁଲି ।।


କେମିତି ଆସିଲ,ମନେ ଘର କଲ

ମୁଁ ଜାଣେନା ତ' ଜମା,

ମୋ' ଆୟୂଷ ନେଇ ସୁଖେ ରହିଥାଅ

ମୋ' ଅବୁଝା ପ୍ରିୟତମା ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance