Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି କବିତା-28 : ମରୁଭୂମି

କବିତା ପର୍ବ : ଗୀତି କବିତା-28 : ମରୁଭୂମି

1 min
205


ମରୁଭୂମି ବାଲିଘରେ ଛଳନାରେ ଜିଇଁଥିଲେ -

ସହିବାକୁ ପଡ଼େ ତାକୁ ଖାଲି ଯାତନା,

ମମତାର ମୂଲନାହିଁ, ସ୍ନେହ-ପ୍ରୀତି କାମନାହିଁ-

ମିଳେ ପ୍ରତାରଣା ନାହିଁ ପ୍ରେରଣା | (ଘୋଷା)


ଜାଣି ହେବ ସେ ଅଜଣା, ମାଟିରେ ଗଢ଼ା ଖେଳନା,

ଯିଏ ଚାହିଁବ ଖେଳିବ, ଖେଳିସାରି ଭାଙ୍ଗିଦେବ,

କାମଚଳା ମନନେଇ ନିଜର ଶବକୁ ବୋହି -

ଯେତେ ଚାଲିଲେ ବି ବାଟ ସରେନା,

ସହିବାକୁ ପଡ଼େ ତାକୁ ଖାଲି ଯାତନା | (1)


କହିଲେ ଦୁଃଖ ବଢିବ, ନ କହିଲେ ସଢୁଥିବି,

ଶୁଣିବା ଲୋକେ ହସିବେ, ଆହୁରି ସୁଯୋଗ ନେବେ,

ପର ପାଇଁ ଖଟି ଖଟି ମିଶିଯିବ ପେଟ ପିଠି-

ଜାତି ଚାଲିଯିବ ପେଟ ପୂରେନା,

ସହିବାକୁ ପଡ଼େ ତାକୁ ଖାଲି ଯାତନା l (2)



Rate this content
Log in

Similar oriya poem from Romance