ପ୍ରିୟତମା
ପ୍ରିୟତମା
କି ବିଚାରି ବିହି ବିହିଛି ବିଧିରେ l
ସର୍ବଦା ଦଳିତ ସଭିଙ୍କୁ ଦୁଃଖରେ l
କାହାକୁ ଦୁଃଖରେ କାହାକୁ ସୁଖରେ l
କାହାକୁ ଆଶ୍ରୟ ବଞ୍ଚିତ ନ୍ୟାୟରେ l
କିଏ ଵା କରଇ ନାରୀଙ୍କୁ ଦୁର୍ନୀତି l
ଝୁରି ମରେ ଚାହିଁ ନ୍ୟାୟ ଭାବ ନୀତି l
ଦଣ୍ଡିଵାର ଶକ୍ତି ଯାହାର ସଫଳ l
କ୍ଷମା ଆଚରଣେ ତା ନୁହଁ ବିଫଳ l
ନାରୀଙ୍କର ହୃଦୟ ସର୍ବଦା କୋମଳ l
ପ୍ରିୟ ବାକ୍ୟେ ଆଣି ମନକର ଠୁଳ l
ସର୍ବଦା ନାରୀଙ୍କ ହୃଦୟ ସମ୍ମାନ l
ନ କରିବ କେବେ ତାକୁ ଅପମାନ l
ଆମର ଅଟଇ ପ୍ରୀତି ରାଣୀ ବାମା l
ସ୍ଵଭାଵ ଆମର ଚିହ୍ନେ ପ୍ରିୟତମା l