Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Romance

4.0  

Kumarlal Rana

Romance

ପ୍ରିୟତମା

ପ୍ରିୟତମା

1 min
197


 ବିଶ୍ୱାସ ଆଶା ମୋ ଜପେ ତୋତେ ରାତ୍ର ଦିନ l

 ମୋର  ଭାଗ୍ୟଲକ୍ଷ୍ମୀ ଦେଖେ ତୋ ହୃଦ ସପନ l

ଆସ ଆସ ପ୍ରିୟତମା ଆସ ମୋର   କୋଳେ l

 କିଞ୍ଚିତ କଥାଟି ମୋତେ    ଜଣାଅ   ସଧିରେ l

କାନ୍ତା ବିନା  କାନ୍ତ   ଝୁରେ  ସର୍ବଦା ମଉନେ l

ବିକଳ  ଜୀବନ ମରେ ଅଭାବ କଷଣେ l

ତୋର  ଗୁଣ ପାଇଁ ମୋର ଜୀବନ ଝୁରୁଛି l

ମୋର  କୋଟି   ହୀରା ମୋତି ହୃଦୟ  କାନ୍ଦୁଛି l

କେତେ  ଦୂରେ କୁମୁଦିନୀ ଚନ୍ଦ୍ର କେତେ ଦୂରେ 

ପ୍ରୀତି ଭାବ ପରସ୍ପର ଦେଖାନ୍ତି ଆଦରେ l

ଦେଖାଏ  ପ୍ରୀତିର ପ୍ରଭା ଶୀତଳ କିରଣ l

ସର୍ବଦା କୁମୁଦ ଝୁରେ ନ କରି  ବାରଣ l

ନୀଳିମା ଆକାଶ  ପୁରି ପୁରାଏ  ଆଲୋକ l

କୋଟି  ହୀରା  ମୋତି ସମ ମୁଁ ତୋର ପ୍ରେମିକ l

ଲୁହର  ଝରଣା ବହୁ ଅଛି ନିରନ୍ତର l

କାନ୍ଦଣା ତରଙ୍ଗ  ବହି ଲଭଇ  କାତର l


Rate this content
Log in

Similar oriya poem from Romance