ଦି ପଦ ପ୍ରିୟତମା ପାଇଁ
ଦି ପଦ ପ୍ରିୟତମା ପାଇଁ
କୈଶୋରରେ ପ୍ରେମ ହୁଏ ଧିରେ ଧିରେ
ସବୁରି ସୁରଭିତ ମହକିତ ଉଷ୍ଣ ହୃଦୟରେ,
ପ୍ରଥମ କରି ମନ ମନ୍ଦିରରେ ପ୍ରିୟତମାକୁ ପାଇ
ପ୍ରେମିକ ହଜିଯାଏ ସ୍ୱପ୍ନରେ ,ମୁଗ୍ଧ ବିଭୋରତା ନେଇ ,
ପୃଥିବୀ ସ୍ୱର୍ଗ ପାଲଟେ ଅଚାନକ
ପ୍ରିୟତମାର ଚୋରା ଚୋରା ଚାହାଣୀରେ
ଛାତିରେ ଚପଳତାର ଲହଡି ଭାଙ୍ଗେ
ସେ ପାଦ ଥାପିଲେ ହୃଦୟର କ୍ଳାନ୍ତ ବେଳାଭୂମିରେ ,
ଚେତନାର ଚୈ।ହଦୀ ଡେଇଁ
ପ୍ରେମ ଅଙ୍କୁରିତ ହୁଏ ଭାବମଣ୍ତଳରେ
ମନ ମୋହିନୀ ପ୍ରିୟତମା ପାଇଁ ,
ମନ ଆକାଶରେ ଚିତ୍ରାୟିତ ହୁଏ
ଲକ୍ଷେ ଇନ୍ଦ୍ରଧନୁର ନମନୀୟ ଚମକ
ବସନ୍ତର ମୃଦୁ ମଳୟକୁ ଛୁଇଁ ,
ପ୍ରିୟତମା ଜହ୍ନରାତିର ଝାପସା ଆଲୁଅରେ
ଗୋଟେ ଅଜଣା ଅଭୁଲା ପ୍ରୀତିର ପୁଲକ ,
ହଠାତ୍ ଶୂନଶାନ ନିରବତାକୁ ଆଖିପଲକେ
କୋଳାହଳମୟ କରି ଲୁଚି ଚାଲି ଯାଉଥିବା
ମଧୁ ମୂର୍ଚ୍ଛନାର ଏକ ପୁଲକିତ ଝଲକ ,
ପ୍ରିୟତମା ରହସ୍ୟମୟୀ ଝରଣାର
ସୁମଧୁର ସୁଶୀତଳ ଜଳ,
ଅନ୍ତରରୁ ଅନ୍ତରୀକ୍ଷ ଯାଏ ପାହୁ ନଥିବା ନିଶିର
ସବୁଜ ସ୍ୱପ୍ନଟିଏ ସୁନୀଳ ,
କେବେ କେବେ ସେ ମନେହୁଏ
ଇନ୍ଦ୍ରଧନୁଷୀ ସ୍ୱପ୍ନମାନଙ୍କ ପାଇଁ
ତାରୁଣ୍ୟରେ ଏକମାତ୍ର ପାନ୍ଥଶାଳା ,
ବିନା ପ୍ରତ୍ୟାଶାରେ ଯେ ନିତି ଝୁମେ
ପୁଣି ନିରୋଳା ମୁହୂର୍ତ୍ତେ ଓଠ ଚୁମେ
ହୋଇ ଲୁହ ଆଉ ହସ ରଙ୍ଗେ ବୋଳା .....।

