ତୁମେ-୨
ତୁମେ-୨


ନିତି ସକାଳୁ ମୁଁ ତୁମକୁ ଖୋଜୁଛି
ଖୋଜେ ତୁମ ମିଠା ହସ
ଚୋରା ଚାହାଣୀର ଚୋରା ପୀରତି ତ
ବସନ୍ତ ବଉଳ ବାସ।
ଅନାବନା ଚିନ୍ତା ତୁମ ରି ବାରତା
ପାଇଗଲେ ମୁଁହି ଥରେ
ଶିକୁଳି ବନ୍ଧନ ମାନେ ନାହିଁ ମନ
ଭିଜେ ପ୍ରୀତି ଶ୍ରାବଣରେ।
ସମାଜ ର ସବୁ ପରମ୍ପରା ଭୁଲି
ତୁମକୁ କରେ ମୁଁ ନିଜର
ତୁମେ ଥରେ ମୋତେ ବାହୁ ବନ୍ଧନରେ
ଦେଖାଅ ପ୍ରେମର ସାଗର।