STORYMIRROR

Sampad Kumar Behera

Classics Others Children

4  

Sampad Kumar Behera

Classics Others Children

କବିତା

କବିତା

1 min
373


ପର୍ଵ ପର୍ବାଣୀର ନିଦର୍ଶନ ସତେ

   ଆମ ଏ ଭାରତ ବର୍ଷ

ବିଭିନ୍ନତା ମଧ୍ୟେ ରହିଛି ଏକତା 

    ଭାରତର ପୁଣ୍ୟ ଯଶ।


ଆଲୋକର ପର୍ବ ଦୀପାବଳୀ ସତେ

   ବରଷକେ ଥରେ ଆସି

ସବୁରି ମନରେ ସବୁରି ପ୍ରାଣରେ

   ବାଣ୍ଟି ଦିଏ କେତେ ଖୁସି।


 ଅନ୍ଧକାରମୟ କାଳୀମା ହଟେଇ

   ଆଲୋକର ଶିଖା ଆଣେ

ଅଧର୍ମ ଅନୀତି ପାପ ଦୁଃଖ ନାଶି

   ସଭିଙ୍କର ମନ କିଣେ।


ପୂର୍ବ ପୁରୁଷଙ୍କ ସ୍ମୃତିଚାରଣରେ

   ସର୍ବେ ହୋଇ ଏକମନ

ବଡ଼ବଡୁଆ ଙ୍କୁ ଭକ୍ତି ଭରେ ଡାକି

   ଶୁଭ କାର୍ଯ୍ୟ ସମ୍ପାଦନ।


ବଡବଡୁଆ ଙ୍କ ଶାନ୍ତି ମୁକ୍ତି ପାଇଁ

   ଖିରି ଖେଚେଡ଼ି ଦେଉ

ଗଙ୍ଗା ଗୟା ଯାଇ ମୁକତି ପାଆନ୍ତୁ

   ଏକସ୍ୱରେ କହିଥାଉ।


ଘରେ ଖିରି ପିଠା ଆନନ୍ଦ ଉଲ୍ଲାସ

   ମନରେ ଉତ୍କଣ୍ଠା କେତେ

ଆତସବାଜିରେ କମ୍ପିବ ମେଦିନୀ

   ଅଫୁରନ୍ତ ଖୁସି ସତେ।


ପିତୃସତ୍ୟ ପାଳି ପ୍ରଭୁ ରାମଚନ୍ଦ୍ର

  ପଞ୍ଚବଟୀ ଥିଲାବେଳେ

ରାବଣ ସୀତାଙ୍କୁ ଚୋରି କରିନେଲା

   କଳେ ବଳେ କୌଶଳେ।


 ଅନ୍ୟାୟୀ ,ଅଧର୍ମୀ ରାବଣ ବିନାଶୀ

   ବିଭିଷଣେ ଲଙ୍କା ଦେଲେ

ସତ୍ୟ, ନ୍ୟାୟ ,ଧର୍ମ ପ୍ରତିଷ୍ଠା ଯେ କରି

   ଶ୍ରୀରାମ ଯେ ଖୁସିହେଲେ।


ଲଙ୍କା ଜୟ କରି ସତୀ ସୀତା ଧରି

  ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ

ଅଯୋଧ୍ୟା ବାସୀଏ ଜାଳିଲେ ଦୀପାଳୀ

   ସ୍ୱାଗତେ ପ୍ରିୟ ରାଜନ।


ସ୍ନେହ ,ଶ୍ରଦ୍ଧା ଭରା ମାଲପା ଦେଇକି

   ରାଗ, ହିଂସା ବତୀ ଜାଳି

ରାମଚନ୍ଦ୍ର ଙ୍କର ତ୍ୟାଗ ସୁବିଚାର

   ସଭିଏଁ ତ କଳିପାରି।


ଆଲୋକର ପର୍ବ ଏଇ ଯେ ଦୀପାଳୀ

  ମନ କରେ ଉଲ୍ଲସିତ

ଉଚ୍ଚ ନୀଚ ଭେଦ ଭାବ ରହେ ନାହିଁ

   ଭାଇଚାରା ପର୍ବ ଏତ।


ଏଇ ଦିନ ସତେ ସେଇ ସ୍ମୃତି ପାଇଁ

   ରହିଅଛି ଚିରଦିନ

ଆମ ପରମ୍ପରା ଆମର ଗୌରବ

   କେହି ନୁହେଁ ତା ସମାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sampad Kumar Behera

କବିତା

କବିତା

1 min ପଢ଼ନ୍ତୁ

କବିତା

କବିତା

1 min ପଢ଼ନ୍ତୁ

ତୁମେ-୨

ତୁମେ-୨

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Classics