STORYMIRROR

Debabrata Mishra

Abstract Horror Crime

4  

Debabrata Mishra

Abstract Horror Crime

ବିପଦରେ ଶିଶୁକନ୍ୟା

ବିପଦରେ ଶିଶୁକନ୍ୟା

1 min
197


ହେ ସମାଜର ପିତାମାତା ଚିନ୍ତାକର

ସମାଜର ପରିବାରର ସାଧାରଣ ଅଭିଭାବକ

ସଚେତନ ସତର୍କ ସାହସୀ ଦୂରଦୃଷ୍ଟିସମ୍ପନ୍ନ ହୁଅ, 

ପ୍ରତି ଗାଁ ପ୍ରତି ସହର ଗଳିକନ୍ଦିରେ କାମରାକ୍ଷସ

ଖୋଜିବୁଲେ ଖାଲି ଦେହ ମାଂସ ରକ୍ତକୁ

ତା' ଆକ୍ରମଣ ହିଂସ୍ରଜନ୍ତୁଠୁ ଅଧିକ ଜଘନ୍ଯ ହୋଇପାରେ

ପ୍ରତିକ୍ଷଣେ ରକ୍ଷା କବଚ ନିଜର ସାଜିବାକୁ ହେବ

ଏଠି ସମସ୍ତେ ନିଜର ସମସ୍ତେ ପର ଜାଣିରଖ, 

ଏକ ଅବସର ଏକ ସୁଯୋଗ ଅପେକ୍ଷାରେ ସେ

ଶିଶୁପାଇଁ ନେଇ ଆସେ ଦୂର୍ଯୋଗ ଜଗିରଖ

ହୀନମନ ନେଇ ସାଧାରଣ ପୋଷାକରେ ସରଳ ରୂପେ

ବିଚରଣ କରେ ସେ ବଣୁଆ କୁକୁର ପରି 

ଚିହ୍ନିବାଟା ନୁହେଁ ଏତେ ସହଜ ତାକୁ ସେ ମଣିଷ ପରି

ଘଟଣାକୁ ଦୁର୍ଘଟଣା ହେବାକୁ କିଛିକ୍ଷଣ ଲାଗେ, 

ସେ ପାପର ପୂଜାରୀ ସେ ରକ୍ତ ପିପାସୁ

ଛୋଟଛୋଟ ଶିଶୁ ପୁଅ ଅବା ଝିଅ ସବୁ ବିପଦରେ

ଭଗବାନ ଆସିବେନି ତୁମେ ହିଁ ରକ୍ଷକ ସାଜ

ବାରବାର ଚିନ୍ତାକର ଆଙ୍ଗୁଠିଏ ମାପି ହାତେ ଚାଲ

ସମାଜର କିଛି ତତ୍ତ୍ୱ ଏବେ କାମନାରେ ଜଳୁଛି, 

କାମପ୍ରବୃତ୍ତିର ମନ ଓ ଶରୀରର ନା ଅଛି ଲିଙ୍ଗ, ନା ବୟସ, ନା ରଙ୍ଗ

ପରିଷ୍କାର ପୋଷାକରେ ଦେହର ଭୋକିଲା ଶରୀର ସେ ବୁଲୁଛି

କୁତ୍ସିତ ଭାବନାର କ୍ରୁର କାମରୋଗୀ ସେମାନେ

ତାଙ୍କ ଆଗେ ମଣିଷ କ'ଣ ପଶୁ ବି ଆଜି ବିପଦରେ, 

ଗଭୀର କଥା ଲେଖୁଛି ଗମ୍ଭୀର ଭାବେ ଚିନ୍ତି

ବିପଦ ଆସିବା ପରେ କେବଳ ପରିଣାମ ଥାଏ

ନିଆଁ ଜଳିଗଲା ପରେ କେବଳ ପାଉଁଶ ହାଡ଼ ଥାଏ

ନିଜକୁ ନିଜ ଛୋଟଛୋଟ ଛୁଆକୁ ବଞ୍ଚାଅ 

ବାପା ମା' ପରିବାର ହିଁ ଛୁଆର ରକ୍ଷା କବଚ ସାଜ, 

ଭୟଙ୍କର ରୋଗ ଗ୍ରାସିଛି ଏଠି କିଛି ମଣିଷକୁ

ଅର୍ଥାତ୍ ସେ ରାକ୍ଷସକୁ, ପାପଆଖି ଥାର ଖୋଜୁଥାଏ

ନୀରିହମାନଙ୍କର ମାଂସ, କୋମଳମତି ଶିଶୁଦେହ

ନିଜକୁ ବଞ୍ଚାଇ ରଖିଲେ ସମାଜ ବଞ୍ଚିବ

ସରକାର ଉପରେ ଆଶା କର ଭରସା ନୁହେଁ

ହେ ଈଶ୍ବର ମୋ' ସମାଜକୁ ମୋ' ଦେଶକୁ ରକ୍ଷା କର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract