STORYMIRROR

Debabrata Mishra

Tragedy Crime

4  

Debabrata Mishra

Tragedy Crime

ପ୍ରଳୟ ଅପେକ୍ଷାରେ

ପ୍ରଳୟ ଅପେକ୍ଷାରେ

1 min
263


ମୁଁ ରୂପରେ ରଙ୍ଗରେ ମଣିଷ 

ଅନ୍ତରେ ଭିତରେ ଭୀଷଣ କୁତ୍ସିତ ରାକ୍ଷସ

ପୂଣ୍ୟର ପ୍ରତିଷ୍ଠା ପାଇଁ ଜୀବଜଗତର ଦାୟିତ୍ୱ ମୋ' ହାତେ

କିନ୍ତୁ ମୋ' ଦ୍ୱାରା ସମାଜେ ଏ କି ପ୍ରକାର ଘୃଣିତ କାର୍ଯ୍ୟ, 

ନା ଡର ମୋର ଧର୍ମକୁ ନା ଧର୍ମଦେବତା ଙ୍କୁ

ଦିନ ଦ୍ୱିପ୍ରହରେ ବା ଅଧରାତ୍ରି ରେ ଅନ୍ୟାୟ ପାପ

ସେ ପାପ ଆଉ କିଏ କରୁନି ମୁଁ ହିଁ ତ କରୁଛି

ମୁଁ କୁଆଡ଼େ ମଣିଷ ମୁଁ କୁଆଡ଼େ ସଭ୍ୟ ବୁଦ୍ଧିମାନ, 

ମୋତେ ଆଜିକାଲି ଆଉ କିଛି ଦେଖାଯାଉନି 

ନା ମନ ଦେଖାଯାଉଛି ନା ଦିଶୁଛି ବିବେକ 

ପୁରୁଷ ରୂପେ ମୋତେ ନାରୀ ଶରୀର ଅଙ୍ଗ କାମ୍ୟ

ନାରୀ ରୂପେ ଦେଖାଯାଏ ପୁରୁଷର ଦେହଅଙ୍ଗ, 

ମୋ' ଆଗରେ ତୁଚ୍ଛ ଆଜି ଶିକ୍ଷା ଦୀକ୍ଷା 

ଶିଶୁଠୁ ବୟସ୍କ ଯାଏ କେବଳ ଦିଶେ ବାସନା କାମନା

ମନ୍ଦିର ଭକ୍ତି ତ କେବଳ ଲୋକ ଦେଖାଣିଆ 

ହେ ଈଶ୍ବର ଏ କ'ଣ ହେଉଛି ସମାଜେ 

ତୁମେ ତ ସର୍ବଶକ୍ତିମାନ ପରେମଶ୍ବର ଉତର ଦିଅ, 

କେବେ ଆସିବ ପାପ ବିନାଶର ଭୟଙ୍କର ପ୍ରଳୟ

ମୁଁ ସେ ଶକ୍ତିଶାଳୀ ପ୍ରଳୟ ଅପେକ୍ଷା ରେ ହିଁ ତ ଅଛି 

ଶାସନ ପ୍ରଶାସନ ଗାଁ ସହର ସବୁଠି ତ ସମାନ ଅବସ୍ଥା

କିଏ ଏଠି ନିର୍ଦୋଷୀ ଜାଣିବା କଷ୍ଟକର ବ୍ୟପାର,

ଚିହ୍ନିବାର ନା କାହା ପାଖେ ଅଛି ସମୟ ନା ଶକ୍ତି

ସବୁ ଦୁର୍ବଳ ରୁ ଦୁର୍ବଳ ଟଙ୍କା ଓ କ୍ଷମତା ଆଗରେ

ସ୍ୱାର୍ଥ ତ ଭୀରୁ କରିଦେଇଛି ସ୍ଥାଣୁ କରିଦେଇଛି

ଜଡ଼ ହୋଇଯାଇଛି ମୁଁ କୁଆଡ଼େ ଶ୍ରେଷ୍ଠଜୀବ, 

କେବେ ସେ ସମୟ ଆସିବ ଅଧର୍ମୀ ଅର୍ଥାତ୍ ମୁଁ ମଣିଷ

ହାରିବ ଧର୍ମ ସମ୍ମୁଖରେ ଅନ୍ୟାୟ ପାତିବ ମଥା ନ୍ୟାୟ ଆଗେ

ମୁଁ ତ ସେହି ବିରାଟ ପ୍ରଳୟ ଅପେକ୍ଷାରେ

ଏ ପାପର ଭାର ସହ୍ୟ କରିବାର ଆଉ ଶକ୍ତି ନାହିଁ

ଯଥାଶୀଘ୍ର ଆସ ହେ ପ୍ରଭୁ ହେ ପ୍ରକୃତି ମହାପ୍ରଳୟ ନେଇ

ତୁମ ନିର୍ଦ୍ଦାରିତ ରୂପରଙ୍ଗେ ଆସ ତୁମ ଅପେକ୍ଷାରେ

ମୁଁ ତୁମଦ୍ୱାରା ତୁମକୁ ମାନୁନଥିବା ଶ୍ରେଷ୍ଠଜୀବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy