STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଭଲ ଲାଗେନା

ଭଲ ଲାଗେନା

2 mins
200


ଦୀର୍ଘ ଦୁଇ ଦଶନ୍ଧି ଧରି ସାଥିରେ ଏକ ଛାତ ତଳେ ନୀଡ଼ ବାନ୍ଧିଛେ

ଶୁଭ ବିବାହ ବାର୍ଷିକୀର ବିଂଶତମ ଆସର ମହାଆଡ଼ମ୍ବରେ ପାଳିଛେ

ସତ ମାନୁଛି କି କିଛି ମତଭେଦ ରାଗ ରୋଷା ହେବ ହିଁ ହେବ

ସତ୍ୟ କହୁଛି କି କଳି କଜିଆ ମାନ ଅଭିମାନ ଗୁମାନ ହେବ ହିଁ ହେବ

କିନ୍ତୁ ପିଲାଙ୍କ ଆଗରେ ଚିଲ୍ଲେଇବା ଗଳା ଫଟେଇ ଆଖି ଦେଖେଇ ନାହାଳିବା

କଟୁକ୍ତି ଆଳରେ ନିଚା ଦେଖାଇବା

ମୋତେ ଭଲ ଲାଗେନା

ଆଦୌ ଭଲ ଲାଗେନା --୧


ମାନୁଛି ପିଲାମାନେ ଆମ କଥା ଶୁଣୁନାହାନ୍ତି 

କାନ ଧରୁଛି ଗଣ୍ଠିଧନ ଗଳାରତନ-ରତନୀମାନେ ଅଳସୁଆ ବେବାଗିଆ ହେଲେଣି

ସାରାଦିନ ମୋବାଇଲ ସାଥିରେ ଘର କୋଣରେ ବନ୍ଦି ହେଲେଣି

କିନ୍ତୁ ସେମାନଙ୍କୁ ବିଗାଡିବାରେ ସାରା ଦୋଷ ମୋ' ମୁଣ୍ଡ ଉପରେ ଗଦେଇଦେବା ଲଦେଇଦେବା

ମୋତେ ଭଲ ଲାଗେନା

ଆଦୌ ଭଲ ଲାଗେନା --୨


ମୁଁ ସବୁଦିନ ରୋଷେଇ କରେ କରୁଥିବି ବି 

ଝାଳ ନାଳ ହେଇଥାଏ ହେବି ବି

ତୁମକୁ ପ୍ରେମରେ ସ୍ନେହରେ ମମତାରେ ତୁମ ରୁଚି ଅନୁସାରେ ଖୋଏଇଥାଏ

ପଦିଏ ପ୍ରସଂସା ତ ଛାଡ଼ 

ମୁଠାଏ ହସ ତ ଫୋପାଡ଼

କିନ୍ତୁ ତୁମ ଅଇଁଠା କଂସା ଉଠେଇବାକୁ

ତିନିବେଳା ଗଦେ ଗଦେ ବାସନ ମାଜିବାକୁ

ମୋତେ ଭଲ ଲାଗେନା

ଆଦୌ ଭଲ ଲାଗେନା --++୩


ଯଦି ମାର୍କେଟିଙ୍ଗ ବା ସପିଙ୍ଗ ଯିବାର ଅଛି

ଯଦି ବ୍ରତ ବିବାହ ଫଙ୍କଶନ୍ ଯୋଗ ଦେବାର ଅଛି

ତୁମେ ପ୍ରଥମେ ବାଇକରେ ବସି ହର୍ଣ୍ଣ ବଢେଇବା

ବାରମ୍ଵାର କଣ୍ଠ ଫଟେଇ କୁହାଟିବା

ସାହି ପଡ଼ିଶା ଗାଁକୁ ଶୁଣେଇହେବ।

ମୋତେ ଭଲ ଲାଗେନା

ଆଦୌ ଭଲ ଲାଗେନା ---୪


ପୂରା ବର୍ଷ ତୁମ ସାଥିରେ ରହିଥାଏ

ଛାଇ ପରି ତୁମ ଅଳି ଅର୍ଦ୍ଦଳି କରୁଥାଏ

ପାରୁ ପର୍ଯ୍ୟନ୍ତ ପନ୍ତ୍ରୀ-ଜାୟା-ଭାର୍ଯ୍ୟାର କର୍ତ୍ତବ୍ୟ ପାଳୁଥାଏ

ବ୍ରତ ଉପବାସ ତୁମ ଲମ୍ବା ଜୀବନ ପାଇଁ ସହୁଥାଏ

କିନ୍ତୁ ତୁମର ଟିକିଏ କଥା " ବାପଘରୁ ଶୀଘ୍ର ଫେରି ଆସିବ, 

ତୁମର କଣ୍ଟା ଫୋଡ଼ା ପଦେ" ମୋତେ ଯେମିତି ଯିବାକୁ ନ ପଡ଼େ "

ମୋତେ ଭଲ ଲାଗେନା

ଆଦୌ ଭଲ ଲାଗେନା --+୫


ପୂରା ଜୀବନ ତୁମ ଘରେ କାଟିଲି

ଗତବର୍ଷ ତ ଯାଇଥିଲ ଖୁଣ୍ଟୁଣା ଦେଇ

ଆଗବର୍ଷକୁ ଗଲେ ଚଳି ଯିବ କହି କହି

ନଗଲେ ଏ ସନ -- ଉଜ୍ୟ ରଖି ଦେଇ

ରାକ୍ଷୀ କୁ ଡାକରେ ପଠେଇ ଦେବା

ରଜ-ସାବିତ୍ରୀ-ପ୍ରଥମାଷ୍ଟମୀର ବାହାନା ନେବା

ମୋ' ଭାଇକୁ ବିବେକାନନ୍ଦ ଭଳିଆ ଜ୍ଞାନି ଶଳା କହି ଖୁଣ୍ଟା ମାରିବା

ମୋତେ ଭଲ ଲାଗେନା

ଆଦୌ ଭଲ ଲାଗେନା --+୬


ତୁମ ମା' ସେବାରେ କୋଡିଏ ବର୍ଷ ସାରି ଦେଲି

ତୁମ ପରିବାର ସାଙ୍ଗରେ ସାଲିସ୍‌ କରି ନେଲି

କିନ୍ତୁ ମୋ' ବାପା-ବୋଉ ସହିତ ଦୁଇ ଚାରିପଦ ଫୋନରେ କଥା ହେଲେ

ତମର ନାକ ଟେକିବା

ଆଖିରେ ଆଖିରେ ମଫ କେଉଁଠିକାର

ଇଂଗିତରେ ଡାଟା ଟ୍ରାନସ୍ ଫର ଇଶାରାରେ ବକ୍ରୋକ୍ତି କରିବା

ମୋତେ ଭଲ ଲାଗେନା

ଆଦୌ ଭଲ ଲାଗେନା ---୭


ଏହି ଘର ତୁମର ବି ପ୍ରାଣେଶ୍ଵର

ଏହି ଘର ମୋର ବି ନାଥେଶ୍ଵର

ଏହି ଘରୁ ଶେଷ ଯାତ୍ରା ବି ମୋର

କିନ୍ତୁ ଫାଟକ ଆଗରେ କେବଳ ତୁମ ନାମ ଲିଖେଇ ଝୁଲେଇଦେବା

ଖୋଦେଇଦେବା 

ମୋତେ ଭଲ ଲାଗେନା

ଆଦୌ ଭଲ ଲାଗେନା ---୮


ମୁଁ ଚୁପ୍ ରହୁଛି କିନ୍ତୁ ମନ ଉଦାସ ରହୁଛି

ମୁଁ ପାଟିକରି ତୁମପରି ପ୍ରତ୍ୟୁତ୍ତର ଦେଉନି କିନ୍ତୁ ମନେ ମନେ ବିରକ୍ତ ହେଉଛି

କିନ୍ତୁ ମୋର ମୌନୀ ଅବତାରକୁ

ମୋର ସହିଯିବାର ଅଭ୍ୟାସକୁ

ମୋର ସଂସ୍କାରୀ ସହିସ୍ନୁତାକୁ

ତୁମେ ଏମିତି ଅବିବେକି ଖାମ୍ ଖିଆଲି ହତାଦର କରିବା

 ମେଣ୍ଡୀ ଚଣ୍ଡି ଉଦଣ୍ଡି ଘମଣ୍ଡି ଆସନରେ ବସେଇବା 

ମୋତେ ଭଲ ଲାଗେନା

ଆଦୌ ଭଲ ଲାଗେନା ---୯



Rate this content
Log in

Similar oriya poem from Tragedy