STORYMIRROR

Nityananda Sahu

Tragedy Others

4  

Nityananda Sahu

Tragedy Others

ଇପ୍ସିତ ଆକାଂକ୍ଷା

ଇପ୍ସିତ ଆକାଂକ୍ଷା

2 mins
210


ନିଜର ନିଜର ଯେବେ ଲାଗୁଥିଲ

ପଡୁଥିଲ ବେଶି ମନେ

ଆଜି କିନ୍ତୁ ତୁମେ ଭୁଲିଗଲା ପରେ

ଜାଣେନା ବଞ୍ଚିଛି କେମିତି ତୁମ ବିନା ପ୍ରତି କ୍ଷଣେ ।।

ଲୁହ ପିଇ ଓଠ , ନିରବୀ ଯାଇଛି

ଗୁପତେ କହେ ନି ସେ କିଛି କାହା କାନେ

ପାଷାଣ ହୃଦୟ ଦେହରେ ବହି ମୁଁ

ଝୁରି ହୁଏ ତୁମକୁ ମୁଁ ମନେ ମନେ ।।

ଫଗୁ ଉଡେଇ କି ଆସିଥିଲ ଦିନେ

ମୋ ଜୀବନରେ ଫୁଲକ ଭରି

ତୁମ ପ୍ରେମ ନଦୀ ପ୍ରଖର ସ୍ରୋତରେ

ପହଁରା ନ ଶିଖି ଯାଇଛି ଆଜି ମୁଁ ମରି ।।

ଗଭୀର ତୁମର ପ୍ରେମ ପରିଭାଷା

କେମିତି ପାରିଲିନି କୁହ ଜାଣି

କେତେ ମଧୁରରେ ମିଛ ତୁମେ କହି

ଚାଲିଗଲ ଛଳନା ରେ ମତେ ଠକି ।।

ସମୟ ବକ୍ଷରେ ପ୍ରେମ ଇତିହାସର ପୃଷ୍ଠାରେ

ଆଜି ମୁଁ ପରାଜିତ ଏକ ନାୟକ

ବଦନାମ ସବୁ ମଥାରେ ମୁଁ ଧରି

ଆଜି ବି କୁହେ ମୁଁ, ତୁମ ପ୍ରେମିକ ।।

ମରି ସାରିଥିବା ଶରୀର ମୋର

ଆଜି ବି ତୁମ ସ୍ମୃତି ରେ ସେ ଜୀବିତ

ଯେତେ କଷ୍ଟ ଦେଲେ ମୋ ସ୍ମୃତିରେ ଆସି

କେବେ ହୋଇ ପାରିବିନି ମୋ ପାଇଁ ତୁମେ ଅତୀତ ।।

ମୋ ଧମନୀ ରକତେ ତୁମ ନାଁ ଲେଖେ

ହୃଦୟ ର ପ୍ରାନ୍ଥଶାଳାରେ ଖୋଦିତ କରି

ତୁମେ କିନ୍ତୁ ଝୁମ ଆଉ କାହା ବାହୁରେ

ଦେଇଥିବା କଥା ମତେ ଫୁଣି ପାଶୋରି ।।

ଜାଣିଛି, କେବେ ଯଦି ଦେଖା ହୁଏ

ଚାଲିଯିବ ଫୁଣି ଥରେ ମୁହଁ ମୋଡି

ନ ହେଲେ କହିବ, ମୋ ସୁଖ ପାଇଁ

ଚାଲି ଯାଅ ଶୀଘ୍ର ତୁମେ ଏ ଜାଗାକୁ ଛାଡି ।।

ସତରେ , କେମିତି ବୁଝେଇ କହିବି ତୁମକୁ

କେତେ ଭଲ ପାଏ ମୁଁ ,

ସେଥିପାଇଁ ତୁମ ଫେରିବା ବାଟକୁ

ଆଜି ବି ଜଗିଛି ଚାତକ ପରି ଚାହିଁ ।।

ସବୁ ଜାଣି କାହିଁ ଅଜଣା ହୁଏ ମୁଁ

ଡେଇଁ ପାରିବନି ତୁମେ ଶଙ୍ଖା ସିନ୍ଦୁରର ଲକ୍ଷ୍ମଣ ରେଖା

ତଥାପି ଏ ପ୍ରେମ ହୃଦୟ ଭିତରେ କୁହୁଳି କୁହେ

ପ୍ରେମ ର ଅନ୍ୟ ନାମ ଅଟେ ପ୍ରତୀକ୍ଷା ।।


Rate this content
Log in

Similar oriya poem from Tragedy