ଅଢେ଼ଇ ଦିନ ଜୀବନ
ଅଢେ଼ଇ ଦିନ ଜୀବନ


ଜୀବନ;-
ସ୍ୱାର୍ଥ ପାଇଁ କେବେ ହିଂସ୍ର ହୁଅ ନାହିଁ
ଆଜି ବୁଝ ରକ୍ତ ସମ୍ପର୍କର ମୂଲ୍ୟ
ଆସିଥିଲ ଦିନେ ନିସ୍ୱ ହୋଇ ହାତେ
ଯିବା ବେଳେ ଆଶା କର ପାଇବାକୁ ଟିକେ ନିର୍ମାଲ୍ୟ ।।
ଏ ଦେହ ଭିତରେ ସେଇ ପ୍ରଭୁ ନିରାକାର
ସ୍ବୟଂ ଅଛନ୍ତି ବିଦ୍ୟମାନ
ମନ୍ତ୍ର ବଳେ ସିଦ୍ଧି କରି ପ୍ରାପ୍ତ
ଦେଖାଅ ନିଜର ଅନ୍ତର୍ନିହିତ ଗୁଣମାନ ।।
ଆଖି;-
ଖୋଲି ଦିଅ ଥରେ ନିଜ ଦିବ୍ୟଦୃଷ୍ଟି
ଦେଖ ଥରେ ଦୁନିଆଁକୁ
ସୁନ୍ଦର ତୃପ୍ତି କୁ ଉପଭୋଗ କରି
ସମର୍ପି ଦିଅ ଥରେ ସମାଜ ପାଇଁ ନିଜକୁ
ପରିବର୍ତ୍ତନ ର ନାରା ଦେଇ ଥରେ
ସବୁଜ ଶସ୍ୟ ଶାମଳାରେ ଭରି ଦିଅ ପୃଥିବୀକୁ
ଅପସରି ଯିବ ମହାମାରୀ ରୋଗ
ଖୁସିର କାଟିବ ନିଜ ବାକି ଜୀବନକୁ ।।
ଲୁହ;-
କେତେ ଆଉ କୁହ ଲୁହ ଢାଳୁଥିବ
ସଭିଁକୁ ନିଜର କହି
ଆତ୍ମା ଛଡା ତୁମ ଆଉ କେହି ନାହିଁ
ଏ କଥା ବୁଝିବାକୁ ହେବ ଭାଇ
ସମ୍ପର୍କ ଆଳରେ ଦୁଃଖ ଆଉ କେତେ ଥିବୁ ସହି
ଆଖି ଆଗେ ଦେଖି ଦିନେ ତୋର ବି ଜଳିବ ଜୁଇ ।।
ପ୍ରେମ;-
ବାଣ୍ଟି ଦିଅ ଭାଇଚାରା ମୈତ୍ରୀର ପ୍ରେମ
ହଟାଇ ଦିଅ ବନ୍ଧନର ଲକ୍ଷ୍ମଣ ରେଖା
ହସ ଖୁସିରେ ରହି କାହାକୁ ଉଚ୍ଚ ନୀଚ୍ଚ ନ ଭାବି
ଦିଅ ନାହିଁ କାହା ବିଶ୍ୱାସରେ କେବେ ଧୋକା ।।
ରକ୍ତ;-
ସଭିଁଙ୍କ ଦେହରେ ପ୍ରଭାହିତ ହୋଇ
କରେ ଜୀବନକୁ ରକ୍ଷା
&n
bsp; କାହିଁକି ଆମେ ସେ ରକ୍ତର ମୁଲ୍ୟ ବୁଝି ପାରୁ ନାହୁଁ
ଭରି ଦେଉ ସମ୍ପର୍କରେ ଆମେ କେତେ ତିକ୍ତତା ।।
ନିଶ୍ୱାସ:-
ଦେହେ ପ୍ରାଣ ଥିବ ନିଶ୍ୱାସ ଚାଲୁଥିବା ଯାଏଁ
ଲୋଡ଼ା ବଞ୍ଚିବାକୁ ଅମ୍ଳଜାନ
ଗଛ ନ ରହିଲେ କୃତ୍ରିମ ଗ୍ୟାସ
କେତେ ଦିନ ରକ୍ଷା କରି ପାରିବ ଆମ ଜୀବନ ।।
ରୋଗ;-
ଦେହ ଅଛି ମାନେ ରୋଗ ତ ରହିବ
ତାକୁ ଭାଵ ଚିର ଶତ୍ରୁ
ଉତ୍ତମ ଖାଦ୍ୟ , ସବୁ ଦିନ କରି ବ୍ୟାୟାମ
ଦେହରେ ନ ଦେବା ସ୍ଥାନ କେବେ ବି କେଉଁ ମହାମାରୀକୁ ।।
ବଚନ;-
ମଧୁର ଵଚନ କହି ତୋଷି ଜନ ମନ
ପାରି ହୋଇଯିବା ଭବୁ
ଅଢେ଼ଇ ଦିନର ଜୀବନ ଭିତରେ
କାହିଁକି କାହା ସହ ମୁହଁ ତୁ ଲଢ଼ିବୁ।।
ମୃତ୍ୟୁ:-
ଯିବୁ ଦିନେ ବାବୁ ଦେହ ଘଟ ଛାଡି
ହେବୁ ମାଟିରେ ବିଲୀନ
କର୍ମେ କରି ନାମ , ଭବୁ ତୁ ତରିଲେ
ବିଭୁ ପାଦ ତଳେ ମିଳିବ ତତେ ଶରଣ ।।