STORYMIRROR

Nityananda Sahu

Inspirational Others

4  

Nityananda Sahu

Inspirational Others

ମୁକ୍ତିର ମାର୍ଗ

ମୁକ୍ତିର ମାର୍ଗ

2 mins
190


ଆସିଥିଲି ଦିନେ ସ୍ୱପ୍ନ ଭରି ମନେ

ଦେଖିବି ମୁଁ ନବ ଜ୍ୟୋତି

ଦୁନିଆଁ ର ସର୍ଵ ଶ୍ରେଷ୍ଠ ଜୀବ ହୋଇ

ପାଇବି ସଂସାରୁ ଧର୍ମ ପଥେ ମୁକ୍ତି ।


ବାଳୁତ ଦିନ ମୋ ଖୁସିରେ କଟିଲା

ଯୁବ ଅବସ୍ଥା ମୋ ଶିକ୍ଷା ଅର୍ଜନେ ସରିଲା

ସରକାରୀ ଚାକିରୀ କରିବା ଆଶାରେ

ମୋ ଅଧା ଜୀବନ କୋଚିଂ କ୍ଳାସରେ ସରିଗଲା ।


ଜୀବନରୁ ମୋହ ତୁଟିବା ଆଗରୁ

ପରିବାର ଦେଲେ ଛନ୍ଦି ବିବାହ ବନ୍ଧନରେ

ସମ୍ପର୍କ ର ସେଇ ଅଛିଣ୍ଡା ସୂତାକୁ

ସଜାଡୁ ସଜାଡୁ ମୋ ବୟସ ଆଜି ଅପରାହ୍ଣ ରେ ସରିବାକୁ ।


ସ୍ତ୍ରୀ , ପୁତ୍ର ମୋହେ ଦିବସ ନିଶିରେ

ସେବା ଯୋଗାଉ ଥାଏ ସ୍ୱଳ୍ପ ଦରମାରେ

ପେଟ ଭୋକ ପାଇଁ ପ୍ରାଇଭେଟ କାମ

କିଏ କାହୁଁ ବୁଝିବ ହୀନ ଏ ଚାକିରୀ ଜୀବନରେ ।


ଆଠ ଦଶ ଘଣ୍ଟା ଖଟି ଖଟି ମରେ

ଟଙ୍କା ମିଳେ ମାତ୍ର ମୁଲିଆର ବଳେ

ସମ୍ବଳ ଅଳ୍ପ କୁ ଆଖିରେ ସ୍ୱପ୍ନ ମୋ ହଜାରେ

ମୋ ସ୍ୱପ୍ନ ସବୁ ଆଜ ଦେଖେ ମୋ ପୁଅ ଆଖିରେ ।


ଅତ୍ୟାଧୁନିକ ଟେକ୍ନୋଲୋଜି ର ପାଠ ପଢ଼ାରେ

ପୁଅ ମୋ ଦିବସ ରଜନୀ କାଟେ ଯାନ୍ତ୍ରିକ କଳରେ

ପଚାରିଲେ କୁହେ, ତୁମେ କାହୁଁ ବୁଝିବ

ଇଣ୍ଟରନେଟର ପାଠ ପଢା ତୁମେ କାହୁଁ ଜାଣିବ ।


ଘଣ୍ଟା ଘଣ୍ଟା କାଟେ ହାତେ ଧରି ମୋବାଇଲି

ବୋଉ ତାର କୁହେ ପୁଅ ମୋର ସୁନାଟେ ବୋଲି

ଟଙ୍କା ମୋ ହାତରୁ ଯାଏ ପାଣି ଭରି

ପୁଅ ରେଜଲ୍ଟ ରେ ନାହିଁ ପରିଶ୍ରମର ମଜୁରୀ ।


ଦିନୁ ଦିନ ଜେହୁଁ ଏମିତି ହୋଇଲା

କଲେଜ ଜୀବନ ପୁଅର ମୋର ମାଟି ହୋଇଗଲା

ବୋଉ ତାର ଏବେ ବି କହୁଚି ପୁଅ ତାର ସୁନା ମୁଣ୍ଡାଟି

ବାପା ହୋଇ ଯଦି ଟାଣ ପଦେ ମୁଁ କହୁଛି

ମୋ ଚଉଦ ପୁରୁଷ ନାଁ ଶୁଣିବାକୁ ହିଁ ମତେ ମିଳୁଛି ।


ଦେଖି ପୁଅର ମୋର ଜୀବନର ଅଗ୍ରଗତି

ଘରଣୀ ର ମୋର ପୁଅ ପାଇଁ ନିଃସ୍ୱାର୍ଥପର ଭାଵ ପ୍ରୀତି

ଜାଣି ସାରିଲେଣି ବୃଦ୍ଧା ବୟସ ମୋ ନିହାତି କଟିବ କେମିତି

ମୋ ରୋଜଗାର ରେ ଚାଲିବ ମୋ ପୁଅ ସଂସାର ରଥ ଟି ।


ଆଧୁନିକ ନିଶା ଏମିତି ଘାରିଛି

ପୁଅ ଅଫିସର ହେବ ଭାବି ଘରେ ମୋ ଶୋଇ ରହୁଛି

ବାପା ହୋଟେଲରେ ମଠରେ ଖାଇ ଖଟରେ ଝୁଲୁଛି

ରୋଜଗାର ପାଇଁ ମୁଣ୍ଡ ନୁଆଇଁ ବ ନାହିଁ ସେ କହୁଛି ।


ଆଖି ଆଜି ମୋର କୋରଡ ଭିତରେ

ମୁଣ୍ଡ ବାଳ ଆଜି ସଫା କାଶତଣ୍ଡି ରଙ୍ଗରେ

ନାହିଁ ଆଉ ଅଣ୍ଟାରେ ଖଟି ଖାଇବାକୁ ବଳ

ଘରଣୀ ମୋର ପୁଅକୁ କହୁଛି ବାବୁରେ

ପାଟିରେ ଦେତୁ ଢୋକେ ତୋରାଣୀ ଜଳ ।


ଯେଉଁ ପୁଅ ତାର ଯୁବ ଅବସ୍ଥାରେ ଶୋଇ ରହୁଥିଲା ଖଟେ

ସେ କାହୁଁ ଜାଣିବ କଷ୍ଟ ଅରଜିତ କେମିତି ମିଳେ ହାତକୁ ଟଙ୍କେ

ଆଜି ତା" ବେକରେ ଆମେ ଦୁଇ ପ୍ରାଣୀ ସାଜିଚୁ କୁଆଡେ କଣ୍ଟା

ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଆଜି ଦେଇଛନ୍ତି ଆମ ଦୁହିଁଙ୍କୁ ଧୋକା ।


ପତ୍ନୀ ମୋର ଆଜି ଭାଙ୍ଗି ସେ ପଡିଛି

ମନରୁ ଏବେ ବି ତୁଟି ନାହିଁ ପୁଅର ମୋହ

ବାଇଆ ଟା ତାର ରାଗି ଚାଲିଯାଇଛି

ନିଶ୍ଚୟ ଦିନେ କୁଆଡେ ତା କୋଳକୁ ଫେରିବ କହୁଛି ।


ସନ୍ଧ୍ୟା ତାରା ଆଜି ଅଦୃଶ୍ୟ ଆକାଶେ

ଫେରି ଆସି ନାହିଁ ତା ନୟନ ପିତୁଳା

ଝୁରି ମରେ ମୋର ପ୍ରାଣ ପ୍ରିୟାସିନୀ

ଛାଡି ହାତ ଅଧାରୁ ଚାଲିଗଲା ଜୀବନ ସଙ୍ଗିନୀ ।


ମୋହ କେବେ ନ ଥିଲା ମୋ ଠାରେ

ସ୍ୱାର୍ଥ ନ ଥିଲା ମୋ ପୁଅ ପକେଟରେ

ଗେରୁଆ ପିନ୍ଧିଛି ପ୍ରଭୁଙ୍କ ନାମରେ

ମୁଠେ ଦିଏ ଭାଵଗ୍ରାହୀ ମୋ ତୁଣ୍ଡରେ ।


ନିରନ୍ତର ଜପ ଧ୍ୟାନେ ମଗ୍ନ ଥାଇ

ସୁଖ ଦୁଃଖ ସବୁ ତା' ସାଥେ ବାଣ୍ଟଇ

ମାଗିଛି ବର ଟେ ଦିଅ ଆହେ ବିଶ୍ୱ ପିତା

ଏ ବୃଦ୍ଧ କୁ କରି ନିଅ ,ତୁମ ପାଦ ତଳର ଆଶ୍ରିତା ।


साहित्याला गुण द्या
लॉग इन

Similar oriya poem from Inspirational