ଲଭ ଆଡିକ୍ଟ
ଲଭ ଆଡିକ୍ଟ
ଆଜି କାଲି ତା ମୋ ଭିତରେ ଭଲ ସଂପର୍କ ନାହିଁ
ମୁଁ ବୁଝେଇ ବୁଝେଇ ତାକୁ ଥକି ଗଲେଣି
ହେଲେ ସେ ଜମାରୁ ବୁଝୁ ନାହିଁ ।
କାହିଁକି କେଜାଣି ସେ ଏତେ ଅବୁଝା
ଦିନ ରାତି ପରିଶ୍ରମ କରି ଆଖିରେ ନିଦ ନାହିଁ
ରାତିରେ ଶୋଇଲେ ତା ସ୍ମୃତି ଶୁଆଇ ହିଁ ଦେଉ ନାହିଁ ।
ସେ କଣ ବୁଝୁଛି , ଅଭିମାନରେ କୁହେ ,
ଖାଲି ତାକୁ ସମୟ ଦରକାର
ମୋ ସହ କାଟିବା ପାଇଁ !
ଯେଉଁ ଦିନ ଆମ ଭିତରେ ଥିବା ଦୂରତା
143 କିଲୋମିଟର ଅତିକ୍ରମ କଲି,
ହାତ ପାପୁଲିରେ ମୋର ଅଭିମାନିନୀ ଜହ୍ନକୁ ପାଇ
ଖୁବ ଖୁସି ହେଲି ।
ତାର ସେଇ କୋମଳ ସ୍ପର୍ଶ ରେ ମୋ ଦେହ ଥରି ଉଠୁଥିଲା
ତାର ରୂପ ରଙ୍ଗ ରେ ବିମୋହିତ କରି ,
ମୋର ରାତିର ନିଦ ଚୋରାଇଲା ।
ହଁ, ସେ ସବୁ କିନ୍ତୁ ମତେ ଖୁବ ଭଲ ଲାଗୁ ଥିଲା ।
ଆଞ୍ଜୁଳାଏ ସ୍ୱପ୍ନ ଧରି ହାତରେ ,
ମତେ ବି ସେ ଭବିଷ୍ୟତ ଆମ ଦେଖାଇଲା
ହାତରେ ତା ହାତ ଦେଇ କଥା ମୁଁ ଦେଲି
ସେ ସ୍ୱପ୍ନ ପୂରଣ କରିବାର ଦାୟିତ୍ୱ ବି ନେଲି ।
ତାର ରାଗ ଋଷା , ମାନ ଅଭିମାନ , ଅଳି ଅଝଟ ସବୁ ସହିଲି
ଧୀରେ ଧୀରେ ତା ପ୍ରେମରେ ନିଜକୁ ମୁଁ ହଜେଇ ଦେଲି ।
ହୃଦୟର ବୀଣା ରେ ବାଜିବାକୁ ଲାଗିଲା
ମୋ ରାଧାର ଅଦୃଶ୍ୟ ପ୍ରେମ ଧ୍ଵନି
ଏ ମନ ପ୍ରତି ସନ୍ଧ୍ୟା ରେ ଗାଇଲା ପ୍ରେମର ରାଗିଣୀ ।
ସେ ମୋ ମନ ହରିଣୀ , ମୋ ବୁଲବୁଲ, ମୋ ସ୍ନେହ ରଙ୍କୁଣୀ
ହସି ହସି ହୃଦୟେ ଦଂଶନ କରୁଥିଲା ମୋ ପ୍ରେମର ନାଗୁଣି ।
ଧୀରେ ଧୀରେ ତା ପ୍ରେମର ନିଶା କରିଲା ଘାଇଲା
ଝୁମିବାକୁ ଲାଗିଲି ମୁଁ , ଦିବସ ରଜନୀ
କଥା ପଦେ କହିବାକୁ ସ୍ନେହରେ ଡାକିଲା
ଲୁହ ଭିଜା ଆଖିରେ , ବିଦାୟ ନେଇ ଚାଲି ଗଲା ।
ଯେବେଠୁ ଯାଇଛି ତା ମୋ ଭିତରେ ଆଉ ପଡୁ ନାହିଁ।
ହୃଦୟରେ ଅଛି ଜମାରୁ ଭୂଲି ହେଉ ନାହିଁ ।
କି ଦିନ କି ରାତି ସେ ଝୁରି ମତେ ମାରେ
ଦେହରେ ରହିଛି ନିଶ୍ୱାସ ଅକ୍ତିଆର କରି ସେ
ବଞ୍ଚିବାକୁ ଶାନ୍ତିରେ ବି ସେ ଦେଉ ନାହିଁ
ହୃଦୟରେ ରହି ମତେ ଦିଏନି ଶୁଆଇ ।