STORYMIRROR

GAGAN KUMAR DASH

Romance Tragedy

4  

GAGAN KUMAR DASH

Romance Tragedy

ପୁରୁଣା ଚିଠିରେ ସ୍ମୃତି

ପୁରୁଣା ଚିଠିରେ ସ୍ମୃତି

2 mins
259


ଗୁନ୍ଥା ହୋଇଥିବା ପୁରୁଣା ଚିଠିରେ

ଧୂଳି ଲାଗିଲାଣି

ବୁଢିଆଣୀ ବସା ବାନ୍ଧିଲାଣି

ଚିଠି ପେନ୍ଥାର ଅନ୍ଧାରୀ ଗୁହାରେ ମଶାଙ୍କର ମୃଦୁ ଗୁଞ୍ଜରଣ

ବେଶ ତାକୁ ସାହାଯ୍ୟ କଲାଣି

ସେମାନେ ନିଜ ନିଜ ଘର କରିଲେଣି ‌।


ମନେପଡେ ତାଙ୍କ ଘରକୁ ଦେଖିଲେ

ମନେପଡେ ଦେଖିଲେ ସେ ଅତୀତ ସ୍ମୃତିକୁ

ଝରିଆସେ ଆଖିରୁ ମୋ କେଇ ବୁନ୍ଦା ଲୁହ

ମନେ ହୁଏ ଦୁଇଟି ଜୀବନ୍ତ ପ୍ରାଣୀର

ଦଗ୍ଧିଭୁତ ମନ ଗହନର କଥା

ବଞ୍ଚିବାର ନିଶା / ଗଢିବାର ନିଶା

ଯେଉଁଠି ଥିଲା ଅପେକ୍ଷାର ସ୍ବାଦୁ

ଚାହିଁ ରହିବାର ଆଶା ।


ଡାକବାଳାର ଘଣ୍ଟିର ଟିଣ ଟିଣ ଆବାଜ

ଆମ ଗାଁ ଖୁଡିଙ୍କ ଡାକରା

ଅବା ମନୁଆ ଚାକର ହାତରେ

ଖଣ୍ଡେ ଚାରି ଚଉତା ମୋଡାମୋଡି କାଗଜ

କେତେ ଖୁସି ଅନେକ ପ୍ରତିକ୍ଷା

ସବୁ ଆଜି ମନେପଡେ

ତୁମର ପୁରୁଣା ଚିଠିରେ।


ତୁମର ଚିଠି ର ଫାଇଲ

ବଢ଼ି ବଢ଼ି ଗ୍ରନ୍ଥ ସାଜିଅଛି

ଦିନକୁ ଦୁଇରୁ ତିନୋଟି ପତ୍ରରେ

ଅବା ଏକ ଲଫାପାରେ ପାଞ୍ଚରୁ ଦଶ ଟି

ଅନେକ ପୃଷ୍ଠା ଭିତରେ ଅନେକ କାହାଣୀ ।


ଦୁଇଟି ପ୍ରାଣୀର ଆକୁଳ ନିବେଦନ

ସେମିତି ସେ ଗୁଡିକ ଗୁନ୍ଥା ହୋଇଛି

ଅନେକ ପୃଷ୍ଠାର ଏକ ଗ୍ରନ୍ଥ 

ଅବା ଉପନ୍ୟାସ ସାଜିଛି ।


ତୁମର ଚିଠି ଲେଖା ଶଦ୍ଦର ବିନ୍ୟାସ

ତୁମ ଚିଠି ଲେଖାର ଅର୍ଦ୍ଧ ଦଗ୍ଧ ପ୍ରାଣ

ଆଜି ମୋତେ ସାହିତ୍ୟ ଆକାଶରେ ଆଲୋକ ଦେଖାଇଛି

ତୁମର ପ୍ରତ୍ୟେକ ପଦରେ

ଅଭିମାନ କୋହ ଯନ୍ତ୍ରଣା ଉଲ୍ଲାସ ରହିଛି

ତୁମର ପ୍ରତ୍ୟେକ ପତ୍ର ରେ

ପ୍ରେମ ହିଁ ପ୍ରେମର ସୌଦ୍ଧ ତୋଳିଛି

ଚରମପତ୍ରରେ 

କାହାଣୀର ଶେଷ ବି ହୋଇନି ।


ଭୀରୁଟିଏ ପରି

ଦିନେ କେବଳ ଲେଖିଥିଲ 

ମୋ ଚିଠି ରଖିବନି

ଚିରି ଦେବା / ପୋଡ଼ି ଦେବ

ଯଦି ତୁମେ ଡରୁଥିଲ ସମାଜକୁ

ଭଲ ପାଇବା ପାପ କି

ତେବେ ଭଲ କିଆଁ ପାଉଥିଲ ।


ତୁମକୁ ଭୁଲି ନଯିବା ପାଇଁ

ମୁଁ ଚିଠି ଗୁନ୍ଥି ଥିଲି

କିନ୍ତୁ 

ତୁମେ ମନେ ରଖିବାର ଥିଲା

ଚିଠି ଗଲେ ବି ସ୍ମୃତି ବଞ୍ଚି ରହେ

ସ୍ମୃତି ତ ନୁହଇ କେବେ ଫିଙ୍ଗିବାର

ଫିଙ୍ଗିଦେଲେ ମଧ୍ୟ ପାଏନା ନିସ୍ତାର

କହି ଦେଲେ ହୁଏ ସିଏ ବିସ୍ଫୋରଣ

ମନରେ ରହିଲେ ଦିଅଇ କଷଣ


ପୁନଃ ପୁନଃ ଉଦ୍ଦିପିତ ପତ୍ର ତୁମ

ଖିନଭିନ କଲା ମୋର

ଏ ଅବହେଳିତ ଜୀବନକୁ

ଅନେକ ଦୂରକୁ ଠେଲି ଦେଲା

ଯେଉଁଠି ଖାଲି ନିରାଶ କମ୍ପନ।


ତୁମେ ଭୁଲ କଲ

ତୁମକୁ ମୁଁ ବରଂ କହିବି

ତୁମ ପରି ନାରୀମାନଙ୍କୁ

ଏହା ଥିଲା ତୁମ ଧନ୍ୟାଢର

ଆଗୁଆ ଯୋଜନା

ତୁମର ଯୋଜନା ଥିଲା ଭିନ୍ନ ଧରଣର

ତୁମେ ମହୁତକ ଶୋଷି ନେଇ

ଫିଙ୍ଗିଦେଲ ମହୁଫେଣାଟିକୁ

ତୁମେ ମୁଳ ହାଣି ଦେଇ

ପାଣି ଦେଲ ଶୁଷ୍କ ପ୍ରଶାଖାରେ

ସେ ମରିଗଲା ଅଦିନ ଝଡରେ ।


ସେ ଜବରଦସ୍ତ କରି ପାରିଲାନି

ଯେ ହେତୁ ପ୍ରେମ ନୁହେଁ ଜବରଦସ୍ତ

ଯୋର କରି ପ୍ରେମ କରାଯାଏ ନି

ପ୍ରେମ ସ୍ନେହ ମମତା 

ଆପେ ଆପେ ଆପେ ଆସେ

ଏକା ଚାଲିଯାଏ ନି

ବରଂ 

ନିର୍ଜଳ ମରୁରେ ଜଳାଇ ଜଳାଇ ମାରେ ।


ତୁମ ପ୍ରେମ ପ୍ରେମ ନୁହେଁ

କେବଳ ପ୍ରେମିକାର ଅଭିନୟ

ମୋ ମନ ଗହନର ହିଁସୃକ କୀଟ

ଯେହେତୁ ମୋ ଦରଖାସ୍ତ ତୁମ ପରିବାର ରେ

ଜଣାଇଦେଲା ଗରୀବ ଓ ନିଃସ୍ବତାର ପ୍ରମାଣ ପତ୍ର ରେ

ଶୁଣ୍ଢେଇରେ ନୁଣ ନାହିଁ

ବାମନର ଶଶୀକଳା ପ୍ରେମ

ଆଦି ଉପମା ଅଳଙ୍କାର ମଧ୍ୟରେ ।


ପ୍ରେମ ମୋର ମରିଗଲା

ମରିଗଲା ଅକାଳ ବିୟୋଗ ରେ

ଆସ୍ତେ ଆସ୍ତେ ପତ୍ର ମେଳୁଥିବା

ଅଙ୍କୁରୋଦଗମ ମନ୍ଦିରଟି

ଶୁଖିଗଲା ବଣ ପୋଡିରେ

ହଜି ଗଲା

ମୋ ପ୍ରେମ ଚିତା

ଭିଜିଗଲା ଚିବୁକ ମୋହର

ପୋଡିଗଲା ସୌନ୍ଦର୍ଯ୍ୟ ତକ

ଭାଙ୍ଗି ଗଲା ଆଶାର ସମାଧି

ଚାଲିଗଲା ପ୍ରେମର ସ୍ବପ୍ନ

ବଞ୍ଚିବାର ଆଶା

ନୀଡଟିଏ ରହିବାର ନିଶା

ଭୁଲି ଗଲି ଚାଲିବା ରାସ୍ତା

ତୁମର ପ୍ରେମରେ

କିନ୍ତୁ

ମୋ ପ୍ରେମ ଶ୍ବାଶତ ଚିରନ୍ତନ ସତ୍ୟ

ତୁମର ପୁରୁଣା ଚିଠିର ଭିତରେ

ଆଜି ବି ଗୁମୁରି ଉଠୁଛି ।



Rate this content
Log in

Similar oriya poem from Romance