Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Abstract Tragedy Inspirational

4.5  

Debadatta Jena

Abstract Tragedy Inspirational

ବୋଝ..

ବୋଝ..

2 mins
210



ବୋଝ, 


କି ବୋଝ? 


କାହାକୁ ବୋଝ ଭାବୁଛେ?


ଆମ ପାଦ ତଳର ମାଟିକୁ? 


ଆମ ଚତୁର୍ପାଶ୍ୱରେ ଥିବା ପବନକୁ? 


ନା ଆମ ମୁଣ୍ଡ ଉପରେ ଥିବା ଆକାଶକୁ?


ମାଟିକୁ! ପବନକୁ!!


ନା ଆକାଶକୁ!!!


ମାଟି ଉପରେ ଉଦ୍ଗତ ଫସଲକୁ, 


ନା ମାଟିରେ ତଳେ ଥିବା ସୁନାକୁ,


ନିଜ ଆକର୍ଷଣରେ ନିଜର କରି ପାରୁଥିବା 


ତା'ର ମଧ୍ୟାକର୍ଷଣ ଶକ୍ତିକୁ, 


ପବନକୁ, ନିଜେ ଜଳି ଅନ୍ୟକୁ ଶୀତଳତାରେ 


ପରଶୁ ଥିବା ସେଇ ନିର୍ବିକାର ସତ୍ତାକୁ, 


ନିଶ୍ୱାସ ହୋଇ ଜୀବନ ସଞ୍ଚାରୁ ଥିବା 


ତା'ର ଉପଲବ୍ଧିକୁ !


ଆଉ ଆକାଶକୁ? 


ଅତି ବାଇଗଣୀ ରଶ୍ମିରୁ ରକ୍ଷା କରି ପାରୁ ଥିବା ସେଇ 


ମହା ଶୂନ୍ୟର ପରିବ୍ୟାପ୍ତ ପରସ୍ତକୁ,


ନା ତା ଉଷୁମ ପରଶରେ ବାନ୍ଧି ରଖି ପାରୁଥିବା


ତା'ର ମହାକର୍ଷଣ ଶକ୍ତିକୁ, 


ଆକାଶରୁ ଝରୁ ଥିବା ଅମୃତକୁ, 


ଯୋଉ ପାଣି ପବନରୁ ଆବଶ୍ୟକ ପୋଷକ ତତ୍ତ୍ୱ ନେଇ 


ବଂଚୁଥିବା ଏଇ କଅଁଳ ପ୍ରାଣର ପରିପୂର୍ଣ୍ଣତାକୁ, 


ଥରେ ପଚାରି ବୁଝ ତ!


ସେଇ ମାଟିକୁ


ସେ କାହିଁକି ମଥା ପାତି ସହିଯାଏ,ତା'ର 


ସମସ୍ତ ଯନ୍ତ୍ରଣାର ଅବବୋଧକୁ, 


ଅସହ୍ୟ ଉତ୍ତରଣକୁ, 


ଯେତେ ସବୁ ବାଧା, ପ୍ରତିବନ୍ଧକ ସତ୍ୱେ ବି! 


ଥରେ ବୁଝିବାକୁ ଚେଷ୍ଟା କର ତ? 


ସେଇ ନିଷ୍ପାପ,ନିଃଶ୍ଚୁପ ଆକାଶର 


ଅବଚେତନର ମର୍ମକୁ, 


କଣ ପାଇଁତା'ର ଏତେ ମୋହ, ଭାବାବେଗ, 


ଏତେ ଆବେଗତା, ତଲ୍ଲିନତା, 


ପରି ବ୍ୟାପକ ଆକୁଳତା? 


କଣ ପାଇଁ ତା'ର ଏତେ ଗଭୀର ଆନ୍ତରିକତା,


କଣ ପାଇଁ ସେ ନିଃଶବ୍ଦ ନୀରବତା? 


ନିବିଡ଼ ପ୍ରତିବଦ୍ଧତା, ପ୍ରଲୁବ୍ଧ ସହିଷ୍ଣୁତା


କି ସମ୍ପର୍କ ଅଛି ତାର ଏ ଜ୍ଵଳନ୍ତ ସୂର୍ଯ୍ୟ ସହିତ


କି ସାମଞ୍ଜସ୍ୟ ଅଛି ସେଇ ଶୀତଳ ଚନ୍ଦ୍ର ସହିତ 


କି ଅଦୃଶ୍ୟ ମୋହ ନେଇ ସେ


ନିଜର ବୋଲି ଅଡ଼ି ବସୁଛି, 


ଏଇ ପାଣିକୁ,ପବନକୁ, ଗଛକୁ, 


ଝରଣାକୁ, ପଥରକୁ, ସର୍ବୋପରି ତାର ଅତି 


ଆପଣାର ସେଇ ବିଦଗ୍ଧ ମାଟିକୁ, 


ତାର ଅସ୍ତିତ୍ୱକୁ,ବ୍ୟାପ୍ତ ବିଶେଷତ୍ୱକୁ 


ତା'ର ଅପାର ମମତ୍ୱ ବୋଧକୁ, ଅକୃତଜ୍ଞ, 


ନିଷ୍କପଟ ଭାବରେ,ନିହାତି ବିଭୋର ପଣରେ!


କେବେ ଭାବିଛେ??? 


ସେଇ ଦଶ ମାସ ଦଶ ଦିନର କଥା, 


ଯେବେ ସଞ୍ଚରୁ ଥିଲେ ଆମେ 


ଆମର ଆଦ୍ୟ ଉନ୍ମେଷର ଆଦି ପର୍ବରେ, 


କେବେ ପରୀକ୍ଷା କରି ଦେଖିଛେ କି? 


ସେ କଷଣର ବ୍ୟଥା, 


ମର୍ମଭେଦୀ ନଭଶ୍ଚୁମି ଆର୍ତ୍ତନାଦ!


ତଥାପି ଅକୁଣ୍ଠିତ ଚିତ୍ତ ସେ


ଦେଖିଛେ କି ଥରେ ଆମେ 


ତାର ଅନ୍ତରର ଗାଥା, ତାର ଭଲ ପାଇବାକୁ, 


ଅତ୍ମୀୟତାକୁ,ସେ ବିଭୋର ଆତ୍ମ ସତ୍ତାକୁ, 


ନିତ୍ୟ ପ୍ରସ୍ଫୁଟିତ ସେଇ ବତ୍ସାଲ୍ୟ ମମତାକୁ, 


ପରୀକ୍ଷାଗାରରେ କେବେ ତର୍ଜମା କରି 


ଦେଖି ପରିଛେ କି? ସେ ଅସହ୍ୟ ତାଡନାକୁ, 


ଥରେ ଦେଖି ନିଅ ତ! ଆମର ସେଇ ତଥା କଥିତ 


ବିଜ୍ଞାନାଗାରର ଅନ୍ଧାରି ମୁଲକରେ ଥିବା କ୍ଷୀଣ


ରଂଜନ ରଶ୍ମୀ ପୁଞ୍ଜକୁ, ସେ ଆଣୁବୀକ୍ଷଣ, ଦୂରବୀକ୍ଷଣ, 


ଅତି ସୂକ୍ଷ୍ମାତି ସୁକ୍ଷ୍ମ ପରିମାପକ ଯନ୍ତ୍ର ସାହାଯ୍ୟରେ, 


ଜତୁ ଗୃହର ସେ ଅବ୍ୟକ୍ତ ଅବବୋଧକୁ, 


ଏନ୍ତୁଡ଼ି ଶାଳର ସେ ଅକାଟ୍ୟ ଯନ୍ତ୍ରଣାକୁ, 


ଅନାୟାସରେ, ନିର୍ଦ୍ବନ୍ଦରେ, ଅବିଚଳିତ ଭାବରେ, 


ବକ୍ଷରେ ଧାରଣ କରି, ହୃଦୟର ସମସ୍ତ 


ସ୍ଫୁରିତ ପୁଟ ଦେଇ ଯଥୋଚିତ ସମୟ ପର୍ଯ୍ୟନ୍ତ 


ଅପେକ୍ଷା ରତ ସେଇ ଅପହଞ୍ଚ ମୁହୂର୍ତ୍ତ ମାନଙ୍କୁ,


ଆଲୋକର ବାସ୍ତବ ସନ୍ଧାନ ପର୍ଯ୍ୟନ୍ତ, 


ଯେ ବୋହି ପାରେ ବୋଝ, ଆଉ ବୋଝ 


ସେଇ ଅନାଗତ ଅଦୃଶ୍ୟ ଭବିଷ୍ୟତର 


କ୍ରୁର ବାସ୍ତବତାକୁ, ତିଳ ତିଳ ହୋଇ, 


ତାର ଚିର ଅପେକ୍ଷିତ ଅଂକୁରୋଦଗମକୁ, 


କୌଣସି ବି ପୂର୍ବା ପର ଆଶା, ପୁନଃ ପ୍ରତିଶୃତି 


କିମ୍ବା ପ୍ରତିଦାନର ସ୍ପର୍ଦ୍ଧା ନ ଥାଇ ବି!


ସେ ବୋଝ କ'ଣ ଏତେ ହାଲକା? 


ସେ ବୋଝ ନିହାତି ଶସ୍ତା?? 


ତା ଠାରୁ କ'ଣ ବେଶି ଓଜନଦାର କଣ , 


ଯେତେ ସବୁ,ଗୋଡି, ବାଲି, ପଥର, ଇଟା ପରି 


ମହଣ ମହଣ ଅନାବନା,ଆଳି ଆବର୍ଜନା ଓ 


ଅନେକ ଦିନ ଧରି ଜମାଟ ବାନ୍ଧି ଆସୁଥିବା 


ଆମର ସେଇ କ୍ଳୀବତ୍ୱର କୁବ୍ଜ ନୁହଁ ତ!


ଆଉ କଣ ହେଇ ପାରେ ? 


ଆଉ କଣ ନିଃସ୍ୱ ଅପାରଗତା, 


ନା ଏତାଦୃଶ କିଛି ନି ପାରିବାପଣିଆ, ଅବା 


ସ୍ଥୁଳ ମାନସିକତାର ଉଦ୍ଭଟ ମନଃସ୍ତତ୍ତ୍ୱ? 


ନା ତଦ୍ରୁପ ଛଦ୍ମ ଅମାନବିକତା?


ଆପେକ୍ଷିକ ସତ୍ୟ ନୁହେଁ ତ ଆଉ କ'ଣ?


 


Rate this content
Log in

Similar oriya poem from Abstract