STORYMIRROR

Debadatta Jena

Tragedy

4  

Debadatta Jena

Tragedy

ଦନାର ମାଝୀ...

ଦନାର ମାଝୀ...

2 mins
271

ହେ ବିତର୍କିତ ନାୟକ, 

ଅନ୍ଧାରି ମୁଲକର ପ୍ରତିସ୍ପର୍ଦ୍ଦ ଦାୟାଦ.. 

ଘନ ଅନ୍ଧକାର ଭେଦ କରି ଯେବେ, 

ତୁମ୍ଭେ ଲଙ୍ଘିଥିଲ ଅଲଂଘ୍ୟ,

ଅଭେଦ୍ୟ, ଲକ୍ଷ୍ୟ ପଥ, 

ରାଜପଥରୁ ନଗ୍ର ପଥ, 

ନଗ୍ର ପଥରୁ ଦୀର୍ଘ ପଥ,

ଦୀର୍ଘପଥରୁ ଗ୍ରାମ ପଥ, 

ଗ୍ରାମ ପଥରୁ, ଅନନ୍ତ ପଥ, 

ତୁମେ ଥିଲ ବିଚଳିତ, ବିଚଳିତରୁ ଅବିଚଳିତ, 

ତୁମେ ଯନ୍ତ୍ରଣା ସିକ୍ତରୁ ଲମ୍ଫି ଥିଲ ଯନ୍ତ୍ରଣାତୀତ, 

ସେ କଳଙ୍କିତ କାଳ ରାତ୍ରୀରୁ 

ସାଜିଥିଲ ବିତର୍କିତ ଦର୍ପିତ ଶବ ବାହକ..!

କାନ୍ଧରେ ଥିଲା ତୁମ ନିଶ୍ଚିହ୍ନତାର ପ୍ରତୀକ 

ତିର୍ଲା ପିଲାର ପୁଙ୍ଗୁଳା ହାଡ଼ କଙ୍କାଳ, 

ଆଗରେ ପୁଳା ପୁଳା ନିଶବ୍ଦ ଅନ୍ଧାର, 

ଘଞ୍ଚ ଜଙ୍ଗଲ, ସାଥିରେ ନିଃଶ୍ଚୁପ ନିନି, 

ଦୁର୍ବିସହ ସେ ଯାତ୍ରା, 

ନିସ୍ତବ୍ଧ ନିଷ୍ଠୁର ସେ ରାତ୍ରୀ, 

ଲମ୍ଫ ଦେଇ ଅତିକ୍ରମି ରଚିଥିଲ, 

ସୁଦୀର୍ଘ ଯାତ୍ରାର ନଗ୍ନ ଇତିହାସ, 

କୀଳିକିଳା ରଡିରେ ଶୁଭୁଥିଲା, 

ତୁମ୍ଭ ଭେରୀ ଘୋଷର ଜର୍ଜରିତ ନାଦ, 

କି ଗମ୍ଭୀର ଥିଲା ସେ ଯାତ୍ରାର ଅୟମାରମ୍ଭ, 

କି ଯନ୍ତ୍ରଣା ଥିଲା ସେ ପଥର ଶେଷ ଯାତ୍ରା, 

ସର୍ବେ ଥିଲେ ମୂକ, ସ୍ଥାଣୁ, 

ନିସ୍ତବ୍ଦ ନିରବ,ପଙ୍ଗୁ, 

ସତେ ଅବା କେଉଁ ଏକ ଭିନ୍ନ ପୃଥିବୀର 


ନିଃସଙ୍ଗ ଦାୟାଦ ଏ ମହାକାଳର କରାଳ 

ଅଵୟବରୁ କକ୍ଷ୍ୟଚ୍ୟୁତ ଅପାଙ୍ଗ, 

ଭିନ୍ନ ଅନ୍ୟ ଏକ କାଳ ପୁରୁଷ, 

ନିର୍ବିଘ୍ନେ କରୁଛି ଶବ ସତ୍କାର..!

ନିଜେ ସାଜି ହରିଶ୍ଚନ୍ଦ୍ର..!!

କିନ୍ତୁ, ଆଜି.. 

ମହାନାଟକର ଯବନିକା ପରେ, 

ସେହି ତ ମହାନ କୃତିତ୍ତ୍ୱ ନାୟକ, 

ଗୋଟିଏ ରାତିର ଏକ ଆଶ୍ଚର୍ଯ୍ୟରୁ... 

ସେ ଆଜି କିମ୍ବଦନ୍ତୀ ପୁରୁଷ..,

ଅନେକ ଖବରର ପ୍ରାଣକେନ୍ଦ୍ର ପ୍ରାଣବିନ୍ଦୁ, 

ଅନେକ କବିତା ଓ କାହାଣୀର ନିଖୁଣ ଚରିତ୍ର..!

ରାଜନୀତି, ସମାଜ ନିତିର ଚଳତ ଶକ୍ତିରୁ 

ନିର୍ଗତ, ହଠାତ ବଦଳି ଯାଉଥିବା ସଦ୍ୟ 

ସଜ୍ଜିତ ରୂପକଳ୍ପ,.., 

ସ୍ୱାସ୍ଥ୍ୟ କି ସାମାଜିକ ସମ୍ବେଦନ ହୀନ 

ପୃଷ୍ଠଭୂମି ଉପରେ ଛିଡା ହୋଇଥିବା 

ଦର୍ପିତ ଦାବାନଳ..., ଦାନ ମାଝୀ, 

ଦେଶ କି ବିଦେଶ, ସ୍ପର୍ଦ୍ଧିତ ଦୁଷ୍ୟନ୍ତ ସେ.. 

ଗରିବ, ଶୋଷିତ, ନିଷ୍ପେସିତ, ବଂଚିତର 

ଭୂଲୁଣ୍ଠିତ ପ୍ରତୀକ, ଏବେ ଦୟା ପାତ୍ରର, 

ନିଚ୍ଛକ ପ୍ରତିବିମ୍ବ..., 

ଆକ୍ରୋଶ ଓ ଆସ୍ଫାଳନର ନିରଧୂମ 

ସର୍ବକାଳୀନ ବିଦ୍ରୋହ..., କିମାଶ୍ଚର୍ଯ୍ୟ..!!!

ଦନାର ମାଝୀ, ଦାନ ମାଝୀ... ! ଓ ତା'ର..

ପରିବର୍ତ୍ତିତ ପୃଥିବୀ..!

ଆଉ ଏବେ, ପୁନଃଶ୍ଚ ପୃଥିବୀ.. 

ଏବେ ସମ୍ୟକ ପରିବର୍ଦ୍ଧିତ.., 

ପୁରୁଣା କଟକର ହରଭଙ୍ଗା ଗାଁ, 


ଓ ଶେଷ ଦେବ, ପିତା ପୁତ୍ରର 

ଦୁଃଖଦ କାହାଣୀର ପ୍ରତିଛବି.., 

ସେହି ମହାପ୍ରୟାଣର ନିରବଛିନ୍ନ ଅନ୍ତଃ, 

ପିତା ବୁହେ ପୁତ୍ରର ଶବ,ସର୍ବ ସମ୍ମୁଖରେ, 

ଅବହେଳାର କଷାଘାତରେ, ନିର୍ବିଘ୍ନରେ..!

ପୁନଃଶ୍ଚ.. 

କବିର ଭୋଇଙ୍କ.. ସୁକାନ୍ତି.. 

ବଳିଆପଣ୍ଡାରୁ.. କଟକ, 

ନର୍କରୁ ନିର୍ମାଲ୍ୟ ରୂପୀ ସାମ୍ରାଜ୍ୟର ପ୍ରବଂଚିତ ଦୁନ୍ଦୁଭି..

ବିଭେଦାୟନର ସଲ୍ଲଜ ଚିତ୍ର, ଉପହାସିତ ନକ୍ସା..

ରୂପାନ୍ତରିତ ବାସ୍ତବିକ କାୟାକଳ୍ପ..!

ତୁମେ ସିନା ଦାନ ମାଝୀ..

ତୁମେ ଥିଲ ଦନାର ମାଝୀ ହୋଇ 

ଦାରିଦ୍ର୍ୟର ଭବ ଜଳରେ 

ଉଦ୍ଧରିଲ ଅଭାବ ସମୁଦ୍ର, 

ହେଲେ.. ଏଠି ଅନେକ ଦନାର ମାଝୀ.., 

କିଏ ଏଠି ଅଶ୍ୱିନୀ କୁମାର, 

କରିବାକୁ ରକ୍ତ ନଦୀ ପାର, ମହାଭାରତର 

ଏଇ ମହାପର୍ବରେ.., 

ଆସ ହେ ଅବିନାଶୀ ଦୁର୍ଯ୍ୟୋଧନ ଗଣ, 

କରିବାକୁ ଦାତାପଣେ ରକ୍ତନଦୀ ସନ୍ତରଣ,  

ଦାନର ନିଦାନ.., ଦାନ ନୁହେଁ ନିଦାନ, 

ଫେଡ଼ ଏ ଦୁର୍ଦ୍ଦିନ, ହେଉ ଦୈତ୍ୟର ନାଶ.. 

ଅନ୍ତଃ ହେଉ ନିରନ୍ନ ନଗଡା, 

ଆଉ ଚୁର୍ଣ୍ଣ ହେଉ ରୁଗ୍ଣ ହୀନମନ୍ୟତା, 

ଏଇ ଅବନୀରେ.. ଶୁଭସ୍ୟ ଶୀଘ୍ରମ..!!!

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy