STORYMIRROR

Trushna Das

Tragedy Inspirational

4  

Trushna Das

Tragedy Inspirational

ଅନାଥ

ଅନାଥ

2 mins
329

             


ନା ଅଛି ମାଆ ନା ବାପା

ଲୋକ କୁହନ୍ତି ତାକୁ ଅନାଥ

ଛାତି ଭିତରେ ତାର ଅନେକ ଦୁଃଖ କୋହ 

ରହିବାକୁ ନାହିଁ ତା ପାଖେ ଘର

ରାସ୍ତା କଡ଼ରେ ରହି ତାକୁ ସହିବାକୁ ପଡ଼େ ଖରା, ବର୍ଷା, ଶୀତର ପ୍ରକୋପ। 


ସେ ଯେ ଅନାଥ

ଘୁରି ବୁଲୁଛି ପାଇବାକୁ ତା ନିଜ ପରିଚୟ 

ସେ ଜାଣି ପାରେ ନାହିଁ ସେ କେଉଁ ବଂଶର

ସେ ହୋଇଥାଏ ଲୋକଙ୍କର ଘୃଣାର ପାତ୍ର। 


ସେ ଯେ ଅନାଥ

ପେଟରେ ତାର ଭୋକ

ନାହିଁ ତା ପାଖେ ପଇସା ବଞ୍ଚିବା ପାଇଁ ଖାଇବାକୁ ଦୁଇ ମୁଥା ଭାତ

ବାଧ୍ୟ ହୋଇ ଥାଏ ପାତିବାକୁ ଅନ୍ୟ ପାଖେ ହାତ

କାନ୍ଦି କହି ଥାଏ ବାବୁ, ମାଆ ଦିଅ

ମୁଠାଏ ଅନ୍ନ ମୁଁ ଯେ ଅନାଥ। 


ସେ ଯେ ଅନାଥ 

ଭାବୁ ଥାଏ କଣ ତାର ରହିଲା ଭୂଲ

କାହିଁକି ତା ବାପା ମା ତାକୁ ନ ଆପଣାଇ

ଚାଲି ଗଲେ ତାକୁ ରାସ୍ତା କଡ଼େ ଫିଙ୍ଗି ଦେଇ 

ତାକୁ ସବୁ ଦିନ ହନ୍ତସନ୍ତ ହୋଇ ମରିବା ପାଇଁ। 


ସେ ଯେ ଅନାଥ 

ଏମିତି ବି କିଛି ଥାନ୍ତି ଅନାଥ

ପ୍ରଥମେ ବହୁତ ସ୍ନେହ ଶ୍ରଦ୍ଧା ପାଇ ଥାନ୍ତି ବାପା ମାଆଙ୍କର

ପରେ ଦଇବ ଖେଳେ ଖେଳ

ସମସ୍ତଙ୍କୁ ତା ଠାରୁ ଛଡାଇ ନେଇ ବନାଏ ତାକୁ ଅନାଥ 

ଦୁଃଖ କହିଲେ ନ ସରେ ତାର

ନା ଠିକରେ ସେ ଚଳି ପରେ ହୋଇ ଅନାଥ

ନା ଭୁଲି ପାରେ ସେ ସୁଖର ଦିନ 

ସବୁବେଳେ ଝୁରି ଝୁରି ମରେ ସେ ମନେ ପକାଇ ସ୍ମୃତି ବାପା ମାଆଙ୍କର। 


ସେ ଯେ ଅନାଥ 

ଦୁଃଖ କହିବ କଣ ତାହାର 

କିଛି ନିଷ୍ଠୁର ଲୋକ ହାସଲ କରିବା ପାଇଁ ନିଜ ସ୍ୱାର୍ଥ 

ସାହାଯ୍ୟ କରିବେ ବୋଲି କହି ବଢାଇ ଥାନ୍ତି ହାତ

ନେଇ ଯାଇ ଅନାଥଙ୍କୁ କରିନ୍ତି ଶାରୀରିକ ପଙ୍ଗୁ ଏବଂ ଅକ୍ଷମ 

ଆଖି କାଢି ଦେଇ,ତ କେତେବେଳେ କାଟି ଦେଇ ତା ହାତ ତ କେତେବେଳେ ଗୋଡ଼ 

ବାଧ୍ୟ କରାନ୍ତି ତାକୁ ମାଗିବାକୁ ଭିକ 

ଅହଃ କେତେ ତା ଜୀବନର ଦୁଃଖ। 


କିଛି ବ୍ୟକ୍ତି ସୁହୃଦୟର

ଅନାଥ ଆଶ୍ରମକୁ ଦେଇ ଥାନ୍ତି ଦାନ

ଅନାଥର ଦୁଃଖ କରିବାକୁ କିଛି ମାତ୍ରାରେ ଦୂର

ହେଲେ ସବୁ ଅନାଥଙ୍କ ଭାଗ୍ୟରେ ନ ଥାଏ ଅନାଥ ଆଶ୍ରମ

ତାଙ୍କ ପାଇଁ ତ ରାସ୍ତା କଡ଼ ହିଁ ଘର ସଂସାର। 


ସେ ଯେ ଅନାଥ 

କାହିଁକି ଆଜିର ସମାଜ ପାରୁ ନାହିଁ ତାକୁ ଆପଣାଇ 

କାହିଁକି ତାକୁ ଘୃଣ୍ୟ ନଜରରେ ଦେଖଇ

ଅନାଥ ହେବାରେ ଦୋଷ କଣ ତାହାର 

ସେ ବି ରକ୍ତ ମାଂସର ଗଢା ମଣିଷ

କଣ ତାର ବଞ୍ଚିବା ପାଇଁ ନାହିଁ ଅଧିକାର 

କେମିତି ସହି ପାରୁଛ ଦୁଃଖ ତାର

ତୁମେମାନେ ପରା ବାପା ମାଆ କୌଣସି ନା କୌଣସି ସନ୍ତାନର

ହେ ଆଜିର ସମାଜର ମାନବଗଣ

ଆଗେଇ ଆସ ଛାଡି ସେ ଘୃଣ୍ୟ ଭାବ

ଦେଖାଅ ମାନବିକତା ପଣ 

ଆପଣେଇ ନିଅ ଆନାଥକୁ କରି ନିଜର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy