ଭାଇ ମୋର ଭାରୀ ଦୟାଳୁ
ଭାଇ ମୋର ଭାରୀ ଦୟାଳୁ
ଖରା ବର୍ଷା ଶୀତ
ସବୁକୁ ସମ୍ଭାଳି ଯାଉଛି,
ନାନା ପ୍ରକାରେଣ
ଫସଲ ଫଳେଇ ଦଉଛି ।
ବାଡି ହେଉ କି ବିଲ
ଯତନେ କିଆରି ଗଢୁଛି,
କୋମଳ ହାତର ସ୍ପର୍ଶ ଦେଇ ତାକୁ
ଏଡୁଟେରୁ ଏଡୁଟେ କରୁଛି ।
କଅଁଳ ଦେହରେ
ରଙ୍ଗ ବେରଙ୍ଗ
ଆହା କେଡେ ସୂନ୍ଦର ଦିଶୁଛି,
ପ୍ରକୃତିର ସେଇ
ଅପୂର୍ବ ଦୃଶ୍ୟକୁ
ଏ ମନ ଉପଭୋଗ କରୁଛି ।
ସତେକି କେହି
କାନେ ଆସି
କହୁଛି କୃଷକର ଦୁଃଖ,
ମୋ ଛଡା
ଆଉ କେ ବୁଝିବ
ମୋ ଭାଇର ସୁଖ ।
ଟଙ୍କା ପଇସାରେ
ଆଦର ନାହିଁ ତା'
ମୋ ପାଖେ ରହିଛି ମନ,
ରୋଗଶଜ୍ୟା କେବେ
ଚାଲିଗଲେ ଦିନେ
ଉଠାଏ ଡାକି ସେ ଧନ ।
ମୋ ପାଇଁ ତା' ମନେ
କେତେ ଯେ ଯନ୍ତ୍ରଣା
କିଏ ବୁଝିବ ଆଉ,
ଦିନ ସରେ ତା'ର
ଖାଲିପେଟେ ପୁଣି
ମୋ ପଛରେ ଧାଉଁ ଧାଉଁ ।
ମୋତେ କଷ୍ଟ ହେଲେ
ତା' ଆଖିରେ ଲୁହ ଆସେ,
ବୁଝିବା ପାଇଁକି ଖାଲି ପାଦରେ
ଧାଇଁଯାଏ ଡାକ୍ତରଙ୍କ ପାସେ ।
କେତେ କ'ଣ ଆଣି ଖାଇବାକୁ ଦିଏ
ମୋତେ ଭଲରେ ରଖିବା ପାଇଁ,
ନିଜେ ପଛେ ଖରା ବର୍ଷାରେ ଭିଜୁଛି
ସେପାଇଁ ଖାତିରି ନାହିଁ ।
ଆଜି ମୁଁ ବଡ ହେଇଛି,
ଦେଖିବାକୁ ବେପାରୀ ଆସିଛି,
ହାତରେ ଧରିସେ
ଭାଇକୁ ମୋହର,
ଦର କେତେ ପଚାରୁଛି ।
ଭାଇ ମୋର ହସିଦେଇ,
ବେଶୀ ଦର ନୁହେଁ ବେପାରୀ ଭାଇ,
ମୁଁ ପରା ରାଇଜ ପାଳୁଛି,
ତୋ ପାଖରେ କି ଅବା ଖବର ନାହିଁ ।
ଖୁସି ହୋଇ ବେପାରୀଯାଏ,
ଭାଇ ହାତେ ପଇସାଦିଏ,
ଭାଇ ମୋର ଖୁସି ହୋଇ
ମୋ ପିଠିକୁ ଆଉଁଷିଦିଏ ।
ଘରକୁ ସେ ଚାଲିଯାଇଛି,
ରାତିରେ ବରଷା ହେଇଛି,
ହାତ ଗୋଡ ଭାଙ୍ଗିଯାଇ
ମୋର ଭୁଇଁରେ ମୁଁ ଲୋଟି ରହିଛି ।
ଭାଇ ମୋର କାନ୍ଦୁଛି,
ସରକାରଙ୍କଠୁ ସୁଧିଆ ଆଣିଛି,
ବର୍ଷକ ଭିତରେ ସୁଝିବା ପାଇଁକି
କାଗଜରେ ଲେଖି ଆସିଛି ।
ଖାଲି କ'ଣ ବର୍ଷା
ଖରା ବି ହଇରାଣ କରୁଛି,
ପାଣି ବିନା ଗଛ
ଡାଳ ମୋର ଶୁଖିଯାଇଛି ।
ମୁଣ୍ଡରେ ଚଡକ ପଡୁଛି
କ'ଣ କରିବ ବାଟ ନପାଇଲେ
ଜହର ପିଇକି ମରୁଛି ।
ନିଜେ ମରିଯିଏ
ଅନ୍ୟକୁ ଆହାର ଯୋଗଉଛି,
ତା' ପାଇଁତ କେହି
ଗୋଟିଏବି ନାହଁ
ସେ ନିଜ ପାଇଁ ନିଜେ ଲଢୁଛି ।
ମୋର ଏମିତି ଦରଦି ଭାଇ
ତା' ପରି ଆଉକେ ନାହିଁ,
କିଏବା ଜାଣିନି ତାକୁ
ସେପରା ମୋ କୃଷକ ଭାଇ।
