STORYMIRROR

kalpana sahoo

Inspirational

4  

kalpana sahoo

Inspirational

ଜୀବନ

ଜୀବନ

1 min
247

'ଜ'ରୁ ଜନମ

'ଜ'ରେ ଗଢା ଏ ଜୀବନ।

ଜନମରୁ ମୃତ୍ୟୁ ପର୍ଯ୍ୟନ୍ତ ଅତିକ୍ରମ କରିଥିବା ପ୍ରତିଟି ରାସ୍ତା ଜୀବନ।


ମା ମୋତେ ଦେଇଛି ଜୀବନ,

ଦଶ ମାସ ଗର୍ଭେ କରି ଧାରଣ।

କେତେ ଯନ୍ତ୍ରଣା ସହିଛି ସତେ,

ତଥାପି ଭୁଲିନି ମୋତେ।


କୋଳରେ ପଡିଲି ଯେବେ

      କୋଳେଇ ନେଲା ସେ ମୋତେ,

ଧନ, ସୁନା କହି ଗାଲେ

      ମା ଚୁମ୍ବନ ମାଖିଛି କେତେ।

ସେଇତ ଜୀବନ,

    ଯାହାକୁ ପାଇ ଖୁସି ମୋ ମା ମନ।


ଠୁକୁଠୁକୁ ଚାଲୁଥିଲି

      ବାପା ହାତଧରି ଖେଳୁଥିଲି,

କାନ୍ଧରେ ବସି ବାପାଙ୍କର

       ସରଗଯାକ ମୁଁ ବୁଲୁଥିଲି।

ସେଇତ ଜୀବନ,

    ଯାହା ଦେଇଛି ମୋତେ ମୋ ପିଲାଦିନ।


ପାଠ ପଢିବାକୁ ଯେବେ ଗଲି

    କେଡେ ଟିକେ ନାଗୁ ହେଇଥିଲି,

ଭାଇ ମୋର ଟେକି ନେଉଥିଲେ

 ବାଟରେ କାଳେ ମୁଁ ପଡିଯିବି ବୋଲି।

ସେଇତ ଜୀବନ,

   ଯେବେ ଗେଲା କରୁଥିଲେ ଭାବି ସାନ।


ଭଉଣୀ ସାଥିରେ କଳି

    ପିନ୍ଧିବାକୁ ଜାମା ଭଳି ଭଳି,

ପୁରୁଣା ଜାମାକୁ ଦେଲେ ଚିରି

    ହେଉଥିଲେ ସିଏ କେତେ ଚଳି।

ସେଇତ ଜୀବନ,

   ମିଛରେ ଖାଉଥିଲି କେତେ ରାଣ।


ଯୌବନ ସିଡିରେ ପାଦଦେଇ

      ଚାଲୁଥିଲି ଯେବେ ନଇଁନଇଁ,

ସରମ ଗହଣା ହଜେଇ

     କାନ୍ଦୁଛି ବସି ମୁଁ କାହାପାଇଁ।

ସେଇତ ଜୀବନ,

    ଖାଲି ପ୍ରେମ ଟିକେ ପାଇବାପାଇଁ।


ସରିଲା ପ୍ରତି, ରଙ୍ଗ, ରସ

      ପୁରିଲା ମୋହର ଆୟୁଷ,

ସର୍ବେ ନିଜ ନିଜ କର୍ମସାରି

      ଚଳିବେ ମର୍ତ୍ତ୍ୟକୁ ଅବଶ୍ୟ।

ସେଇତ ଜୀବନ,

      ପିଣ୍ଡରୁ ବାହାରିଯାଏ ପ୍ରାଣ।

ଜୀବନ ଯାତ୍ରା ଶେଷ,

     କାହିଁରେ ଅବା ଅବଶୋଷ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational