ଜୀବନର ରଙ୍ଗମଞ୍ଚ
ଜୀବନର ରଙ୍ଗମଞ୍ଚ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ହେ ଅବୋଧ ମାନବ
କେବେ ତୁ ବୁଝିବୁ
ଖେଳିବା କୌଶଳ କି ଅବା
ନାହିଁ ତୋତେ ଜଣା,
ଖେଳ ଛାଡି ତୁହି
ପଥ ଭ୍ରଷ୍ଟ ହେଲୁ
ଭୁଲିଗଲୁ କିରେ
ତୋର ଠିକଣା ।
ହାରିଗଲୁ ବୋଲି
କହିବିନି ତୋତେ
ଉଠିବୁ ତୁ ପଡି
ଶହେ ଥର,
ଜୀବନ ଯୁଦ୍ଧରେ
ଜିତିବାକୁ ହେବ
ଦୃଢ କର ଆଗ
ତୋ ନିଜ ମନ ବଳ ।
ଅଭିନୟ କରିବାକୁ
ହେବ ତୋତେ
କେବେ ସତ ଆଉ
କେବେ ମିଛରେ,
ନିଜକୁ ପ୍ରସ୍ତୁତ କରି
&nb
sp; ଗଢିବାକୁ ହେବ
ଏ ଦୁନିଆଁର
ରଙ୍ଗମଞ୍ଚରେ ।
ନାଁ ଅଛି କରତାଳି
ନାଁ ପୁରଷ୍କାର
ପାଇବାର ଆଶା,
ଖାଲି ବୁଝିବାକୁ
ହେବ ତୋତେ
ଏ ଅନ୍ତରର ଭାଷା ।
କିଛି ଅଜଣା
କଷ୍ଟକୁ ତୋତେ
ସହିବାକୁ ହେବ,
ଜୀବନର ଅଜଣା
ବାଟରେ ତୋତେ
ଚାଲିବାକୁ ହେବ ।
ସାଜିଛି ଆଜି ଏ ରଙ୍ଗମଞ୍ଚ
ଜୀବନ ଦୁନିଆଁ,
ସାଜିଛି ଆଜି ଏ ରଙ୍ଗମଞ୍ଚ
ଜୀବନ ଦୁନିଆଁ ?