କେତେ ଦୁଃଖ ଆଜି ପଡିଛି ରେ
କେତେ ଦୁଃଖ ଆଜି ପଡିଛି ରେ
କିଏ ଏଠି ମରୁଛି
କାହା ଭାବନାରେ
ଆଉ କିଏ ବୁଝିବାକୁ ଚାହେଁନାହିଁ
କାହାର ମନକୁ, ଆଉ ଜଣେ ପାଗଳି ପରି
ଚାହିଁ ରହିଥାଏ କାହାର ବାଟକୁତ କିଏ ପୁଣି ଦେଖିବାକୁ ଚାହେଁନାହିଁ ।
ଅନ୍ୟର କଷ୍ଟକୁ । ବଡ ବିଚିତ୍ର ଏ ସୃଷ୍ଟି
ପୁଣି ମନର ଭାବନା, ସରଳ ମନକି ବୁଝିପାରେ
କାହିଁରେ ଅଛି ଛନ୍ଦ-କପଟ-ଛଳନା । ବ୍ୟାକୁଳ ହୋଇ ଖୋଜେ
ପାଇବାକୁ ଟିକେ ପ୍ରେମ, କିନ୍ତୁ ମିଳେନାହିଁ ସେଇ
ସଚ୍ଚୋଟ ହୃଦୟର ଠିକଣା ଓ ନାମ । ଥକିଯାଏ ପାଦ ତା'ର
ଖାଇଲେ ପ୍ରେମରେ ଧୋକା, ଜଣାନାହିଁ କିରେ
ପ୍ରଥମେ ଶିଖିଲୁ ପରା
ଆସିଲୁ ଏକା ଯିବୁ ତୁ ଏକା । କାହିଁରେ ଏତେ ଲୋଭ
ଆଶା ବାନ୍ଧିଅଛୁ,
ଯିବା ପାଇଁ ଏ ଦୁନିଆଁରୁ
କିବା ବାଟ ତୁ ଖୋଜୁଛୁ । ଅନ୍ୟର ସାହାରା ନେଇ
କିପାରିବୁ ଚାଲି,
ଝୁଣ୍ଟିବାକୁ ହେବ ତୋତେ
ଯନ୍ତ୍ରଣା ପାଇବୁ ଖାଲି । ଯାହାକୁ ନିଜର ଭାବି
ତୁ କରିବୁ ଭରଷା,
ସେଇ ତୋତେ ହରେଇ
ଛଡେଇ ନେବ ତୋ ଆଶା ।
ଗଣ୍ଡି ପ୍ରାୟେ ହେବ
ତୋର ଜୀବନ୍ତ ଶରୀର, ଡାକିଲେ କିଏବା ଶୁଣିବ
ତୋ କ୍ଷୁଧାତ ସ୍ବର,
କିଏବା ଶୁଣିବ
ତୋର କ୍ଷୁଧାତ ସ୍ବର, ବେଳ ଥାଉଁ ସୁଧୁରିଯା
ରଖି ମନ ବଳ ।
