STORYMIRROR

kalpana sahoo

Classics

3  

kalpana sahoo

Classics

ମୃତ୍ୟୁ

ମୃତ୍ୟୁ

1 min
178


ଦଶ ମାସ ଗର୍ଭେ ଧରି ଦେଇଛି ମୋତେ ଜନମ,

ମା ମୋର କେଡେ ସ୍ନେହି କରିଥିଲି କି କରମ ll

ବକ୍ଷ ଚିରି କ୍ଷୀର ଅଜାଡି ଦେଇ ଶୋଷ ମେଣ୍ଟାଇଛି,

ଏଡୁଟେରୁ ମୋତେ ପାଳି ପୋଷି ଏଡୁଟେ କରିଛି ll

ଭଲମନ୍ଦ ସବୁ ଜ୍ଞାନ ଦେଇଛି,

ମଣିଷ ପରି ଗଢି ତୋଳିଛି ll


ଆଜି ମୁଁ ବଡ ହେଇଛି,

ସବୁ ତା'ଦାନ ପାଇଛି,

ଶାନ୍ତିରେ ଟିକିଏ ଜିଇଁଛି ll

ଜଣାନାହିଁ ମୃତ୍ୟୁ କେବେ ଆସିବ,

କେଉଁ ପାପ ପାଇଁ କି ଦଣ୍ଡ ଦେବ ll

ଧନୀ ଗରିବକୁ ଦେଖିବକି ନାହିଁ,

ଭୁଲ୍ ପାଇଁ କ୍ଷମା ଦେବକି ନାହିଁ ll


ଜାଣିନି ସେ ମୃତ୍ୟୁର ରହସ୍ୟ ଦେଖିନି ଯମ ଦେବତା,

ନର୍କରେ ବସିରହିଛି ଧରି ସମସ୍ତଙ୍କ ପଞ୍ଜିକା ll

ବେଳ ଦେଖି ପାଶେ ଆସିବ ତରି,

ହାତରେ ତାହାର ନେବ ଘୋଷାରି ll

ତାପୁରକୁ ନେଇ ସଜା ଦେଖିବ,

ଜେଝା ଭାଗ୍ୟ କର୍ମ ଜେଝାକୁ ଦେବ ll

ପିଣ୍ଡରୁ ଗଲେ ପ୍ରାଣ ବାହାରି,

ଯମ ଦଣ୍ଡ ତୋର ଯିବରେ ସରି ll

ଯାଣିବୁ ଗଲେ ତୁ ଥରେ ମର୍ତ୍ତପୁରୀ,

ତୋ ଭାଗ୍ୟରେ ମୃତ୍ୟୁରେଖା କେଉଁପରି ll


ଜନମ ମାତ୍ରକେ ମୃତ୍ୟୁ,

ଦେବତା,ନରକି ପଶୁ,

ସଭିଏଁ ହୋଇବେ ନିହତ,

ଏହା ନିରାଟ ସତ୍ୟ ll


        






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics