STORYMIRROR

kalpana sahoo

Classics

3  

kalpana sahoo

Classics

ଭକ୍ତି

ଭକ୍ତି

1 min
220


ଆଉଥରେ ପ୍ରଭୁ ଜନମ ନିଅହେ ଏଇ ମର୍ତ୍ୟପୁରେ,

ତୁମରି ହାତରେ ନାଶ ହେଉପୁଣି ଏଇ କଳି ସଂସାରେ ll

ତୁମେ ଷ୍ରଷ୍ଟା, 

    ତୁମେ ସୃଷ୍ଟି,

       ତୁମେହି ବିଲୟ,

ହେ ପ୍ରଭୁ ଚକ୍ରାଧରାୟ,

   ହେ ପ୍ରଭୁ ଚକ୍ରାଧରାୟ,

      ହେ ପ୍ରଭୁ ଚକ୍ରାଧରାୟ ll


ଖାଲି ପାଦରେ ମୁଁ ଆସିଥିଲି ଧାଇଁ,

କାଳିଆରେ ତୋତେ ଦେଖିବା ପାଇଁ ll

ତୋ ଦର୍ଶନ ଟିକେ ପାଇଗଲାପରେ,

ଏ ପାପୀର ଦୁଃଖ ସରି ଯାଇପାରେ ll

ବାଡିରୁ ଆଣିଛି ନଡିଆ ତୋଳି,

ନବୁକି ନାହିଁରେ ହେ ଗଳାମାଳି ll

ଧନ ଡାକି ତୋତେ ଗେଲ କରିବି,

 କାନ୍ଧ ଗାମୁଛାରେ ପାଟି ପୋଛିବି ll

ଅଝଟ ହେଲେ ତୁ ଗାଇବି ଲୋରୀ,

ହେଇନପାରେ ମା ଯଶୋଦା ପରି ll

କୋଳରେ ଖେଳିବ କାଳିଆ ସୁନା,

ମୋ ଭାଗ୍ୟରେ ଲେଖା ହେଇଛିକି ନାଁ ll

ଧନ ମାଗୁନାହିଁ,

    ଜନ ମାଗୁନାହିଁ,

      ମାଗୁଛି ଟିକିଏ ତୋ କରୁଣା,

ହେ ପ୍ରଭୁ ଚକାଡୋଳା,

   ହେ ପ୍ରଭୁ ଚକାଡୋଳା,

      ହେ ପ୍ରଭୁ ଚକାଡୋଳା ll


ପୁରିବକି ମୋ କାଳ ତୋ ଧାମରେ,

ଶାନ୍ତିରେ ନିଦ୍ରା ଯିବି ସ୍ବର୍ଗଦାରରେ ll

ଶେଷବେଳେ ଥରେ ଦରଶନ ଦେଇ,

ମୋ କର୍ମରୁ ମୋତେ ନବୁ ଉଧାରି ll

ହେ ପ୍ରଭୁ ଭାବଗ୍ରାହୀ,

   ହେ ପ୍ରଭୁ ଭାବଗ୍ରାହୀ,

     ହେ ପ୍ରଭୁ ଭାବଗ୍ରାହୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics