STORYMIRROR

kalpana sahoo

Romance

4  

kalpana sahoo

Romance

ପ୍ରେମ

ପ୍ରେମ

1 min
296


ଦେଖାହଲା ଯେବେ ପ୍ରଥମ ଥର,

ତୁମେ କରିଥିଲ ମୋତେ ନିଜର।l


କହିଥିଲ କାନେ ମୁଁ ତୁମ ପ୍ରେମିକା,

କାଳେ ହେଇଥିଲା ସପନେ ଦେଖା।l


ହାତେ ଦେଇ ମୋର ଗୋଲାପ ଫୁଲ,

ଗାଲରେ ପ୍ରିତିଭରା ଚୁମା ଆଙ୍କିଲ।l


ଆଖିରେ ଥିଲା ତୁମ ଚୋରା ଚାହାଣୀ,

ସତେକି ଲେଖା ହେବ ନୂଆ କାହାଣୀ।l


ଓଠ ତଳେ ଥିଲା ଛୋଟ କଳାଜାଇ,

ଆଉଁଷି କହିଥିଲ ଇଏ କାହାପାଇଁ।l


ଭାବିଥିଲ ତୁମେ ତାକୁ କଜ୍ଜ୍ବଳ ଟିକା,

ଜାଣିଲାପରେ ତୁମ ମୁହଁ ପଡିଗଲା ଫିକା।l


ସେଦିନ ଦେଇଥିଲ କେତେ କଥା,

ସମ୍ଭାଳି ନପାରି ମୋ ନିରବତା ।l


ମୁରୁକି ହସୁଥାଏ ମନ ଭିତରେ,

ଉପରେ ରାଗୁଥାଏ ତୁମ ଉପରେ।l


କ୍ଷମା ମାଗୁଥିଲ ଯେବେ କାନଧରି,

ସତରେ ଲାଗୁଥିଲ ଛୋଟପିଲା ପରି।l


ଦିନ ଶେଷ ହେଲା ରାଗରୁଷାରେ,

ବିଦାୟ ଏବେ ଆମ ପ୍ରତୀକ୍ଷାରେ।l


ଫେରିଗଲେ ଆମ ନିଜ ବାଟରେ,

ପୁଣି ହଜିଗଲେ ନିଜ ଦୁନିଆଁରେ।l


ମନେପଡେ ଯେବେ ତୁମ ସ୍ମୃତି,

ସେଇ ପ୍ରେମଭରା ଦିନ ଆଉ ରାତି।l


ଆଖି ମୋର ଓଦାହୁଏ ଲୁହରେ,

ହୃଦୟ ମୋ ବିରହରେ କୁହୁଳେ,

ମନତଳେ ପଡେ ଗାର ପ୍ରେମର,

ବିଶ୍ବାସ କହେ ମୁଁ ଆଜିବି ତୁମର,

ଏଇତ ସେଇ ପ୍ରେମ ମୋ ଜୀବନର,

ଏଇତ ସେଇ ପ୍ରେମ ମୋ ଜୀବନର।l




       







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance