STORYMIRROR

pawan Mohakul

Abstract Tragedy Inspirational

3  

pawan Mohakul

Abstract Tragedy Inspirational

ଜଗି ରଖି ଟିକେ ଚଳ

ଜଗି ରଖି ଟିକେ ଚଳ

1 min
392

ଜଗି ରଖି ଟିକେ ଚଳ

କାହାକୁ ଭାବୁଛ ଆପଣାର ବୋଲି

କେହି ନୁହଁ ଆପଣାର,

ଆବଶ୍ୟକ ବେଳେ ନିଜ ଦେହ ଛାଇ

ନିଜ ଠୁ ବି ହୁଏ ଦୂର ।


ସ୍ବାର୍ଥ ରେ ପାଗଳ ଏ ସାରା ଦୁନିଆ

ଜଗି ରଖି ପାଦ ଥୁଅ,

ସ୍ବାର୍ଥ ସରିଗଲେ ତଣ୍ଟି କାଟି ନେବେ

ମୁଖା ପିନ୍ଧା ସବୁ ମୁହଁ ।


ଏ ହାତ ରେ ଦିଅ ସେ ହାତ ରେ ନିଅ,

ଏ ସାରା ଦୁନିଆ ନୀତି

ସ୍ନେହ ପ୍ରେମ ଏଠି ଛଳନା ର ନାମ,

ଭାବ ରଖ ଭାବି ଚିନ୍ତି ।


ଆଖି କାନ ସବୁ ଖୋଲା ରଖି ଚଳ

ବଦଳି ଯାଇଛି କାଳ,

ସୁଯୋଗ ପାଇଲେ ତୁମ ନିଜ ଲୋକ 

ଉପାଡ଼ିବେ ଚେର ମୂଳ ।


ତଥାପି କର୍ତ୍ତବ୍ୟ କର

ପ୍ରତିଦାନ କେବେ କର ନାହିଁ ଆସା

ସୁଖିବନି ଲୁହ ଧାରା ।


Rate this content
Log in

Similar oriya poem from Abstract