STORYMIRROR

ଦୀପଙ୍କର ଦାସ

Abstract Tragedy Inspirational

3  

ଦୀପଙ୍କର ଦାସ

Abstract Tragedy Inspirational

ଇଚ୍ଛା

ଇଚ୍ଛା

1 min
291

ମୁଁ ଲେଖେ ଯେବେ ଖୁସି ହୁଏ

ମୁଁ ଲେଖେ ଯେବେ ଦୁଃଖ ପାଏ ।


ମୁଁ ଲେଖେ ଯେବେ କାହାକୁ ଭାବି ଭାବି କାନ୍ଦି ଯାଏ

ମୁଁ ଲେଖେ ଯେବେ କାହାକୁ ଡାକି ଡାକି ଥକି ଯାଏ ।


ମୁଁ କାହାଣୀ ଲେଖେ 

ମୁଁ କବିତା ଲେଖେ ।


କେବେ ସତ କେବେ କଳ୍ପନା ଲେଖେ

ମୁଁ ଭାବର ପାଗଳ ମୁଁ କିଛି ବି ଲେଖେ ।


ସତରେ ନା କାହାଣୀ ନା କବିତା ଲେଖେ

ହୃଦୟର କିଛି ଯନ୍ତ୍ରଣା ଲେଖେ ।


ଜୀବନ ମୋର ଖୋଲା ବହି ସମ

ଶବ୍ଦ ଅନେକ ତଥାପି ବିଷମ।


ଯେବେ ମୁଁ ପୁରା ଶାନ୍ତ ହୋଇଯିବି

ଧଳା କପଡ଼ାରେ ବନ୍ଧା ହୋଇ କକେଇ ଉପରେ ଥିବି ।


ଅନେକ ଆଖିରେ ଲୁହ ଥିବ ତଥାପି ମୁଁ ଶୋଇଥିବି

ଥରେ କେହି ମୋ ମା ର ଆୱାଜ୍ ରେ ମୋତେ ଡାକିବ ।


ଦେଖିବ ସବୁ ନିରବତା ଭାଙ୍ଗି ମୁଁ ପୁଣି ଥରେ ଉଠିବି

ଦେଖିବ ସବୁ ନିରବତା ଭାଙ୍ଗି ମୁଁ ପୁଣି ଥରେ ଉଠିବି ।


Rate this content
Log in

Similar oriya poem from Abstract