ଇଚ୍ଛା
ଇଚ୍ଛା
ଶବ୍ଦ ଗୁଡିକ
ଅଳନ୍ଦୁ ଭରା ଘରର
ଭଙ୍ଗା ଝରକା ଦେଇ ଅନାନ୍ତି
ଆଉ, ସୁପ୍ତ ଆଶା ଗୁଡିକ
ଦାଦନ ଶ୍ରମିକର ଓଦାକନା ଦିଆ
ପେଟର ଭୋକ ପରି
ଦବି ଯାଇଥିବା ବେଳେ
ବଞ୍ଛିବାର ଇଛା
ଅରମ୍ଭ ଓ ଅନ୍ତର
ତଫାତ୍ ମଧ୍ୟରେ
ଲାଟକି ଯାଇଛି । ୧
ଇଚ୍ଛା ମାନେ ଜନ୍ମ ହୋଇ, ମରିବାକୁ ଗଲେଣି
ମାତ୍ର, ମନର ଗର୍ଭରେ ଇଚ୍ଛାର ଜନ୍ମ
ବନ୍ଦ ହେବାର ନାମ ହିଁ , ନେଉନି
ଅନିଛାର ଦମନ, ଇଛା ଉପରେ
ଆନ୍ଦୋଳନର ଶିଖାକୁ
ଆହୁରି ପ୍ରଖର କରିବା ଭିତରେ
ମନ ଥକି ଜାଇ, ଅନିଚ୍ଛା ସତ୍ୱେ
ଇଚ୍ଛା ସହ ବୁଝାମଣା କରି ବସିଛି । ୨
