ଜୀବନ ଅଙ୍କ
ଜୀବନ ଅଙ୍କ
ଜୀବନ ଅଙ୍କକୁ ଯେତେ କସିଲେବି
କିଛି ବାକି ରହିଯାଏ
ତୁମରି ସାଥିରେ ଭାବୁଛି କସିବି
ଏକାଠି ଚାଲିବl ଦୁହେଁ ।
ଭାବୁଛି ଲେଖିବି ତୋ ପାଇଁ ଦିପଦ
ଆଜି ମୁଁ ମନ ର କଥା
କାଳି ନଥାଉ କି କାଗଜ ନଥାଉ
ବୁଝିବୁ ତୁ ମନ ବ୍ୟଥା ।
ଏତେଦୂର ଆମେ ଯlଇନେ ଏବେବି
ପାରିବାନି ପଛେ ଫେରି
ସବୁ କଥା ଭୁଲି ପଛ କଥା ଭାବି
ଥରେ ଆସ ପଛେ ଫେରି ।
ସେଇ ବାଲି ଘର ସେଇ ନଈକୂଳ
ସେଇ ବର ଓହଳରେ
ଏକାଠି ବସିକି ପ୍ରୀତିରେ ଭିଜିବା
ଗଲl ସେଇ ଅତୀତରେ ।