ବିଧବା
ବିଧବା
ଟୋପାଏ ପାଣି ରେ
ଧୋଇ ହୋଇ ଗଲା
ମଥାର ରକ୍ତ ସିନ୍ଦୁର
ନାଲି ପାଣି ହୋଇ, ବୋହି ଗଲା
ଛାଡି ଗଲା, କଳଙ୍କର ଗାର
କ୍ଷଣକ ମାତ୍ରେ , ବଦଳି ଗଲା ସବୁ ନିୟମ
ଆଲୁଅ ଥାଇ ମଧ୍ୟ
ମୋ ପାଇଁ ଚାରିଆଡେ ଅନ୍ଧାର ।
ରଙ୍ଗିନ୍ ସାଢ଼ି ସବୁରୁ
ଗୁମୁରା ଗୁମୁରା ଗନ୍ଧ
ଅସ୍ତ ବ୍ୟସ୍ତ ବାଳ
ଖିନ୍ ବିନ୍ ଚୁଡିର ଖଣ୍ଡ
ଗାଲ ଜାକ ଚିହ୍ନ ଛଉର
ରାତି ଜଗି ବସିଛି ଦେଖିବାକୁ
ମୋ ଆଖିରେ ଲୁହର ଧାର ।
ବଞ୍ଚି ଥାଇ, ଭି ମୁଁ ବଞ୍ଚିନି
ସବୁ ଥାଇ ଭି, କିଛି ପାରୁନି
ଧଳା ସାଢ଼ି ର ଖୋଳ
ଭିତରେ , ମୁଁ ଏକ ଜିଅନ୍ତା ଶବ
ଦୁନିଆ ଦେଖି କାବା
କାରଣ ମୁଁ ଆଉ ସେ ନୁହଁ
ମୁଁ, ଏବେ ଏକ ବିଧବା ।