STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ମୁଠିଏ ମାଟି

ମୁଠିଏ ମାଟି

1 min
300


କୁମର ମଣିରେ ମାଟିମୁଠେ ଦେବୁ

   ଅନ୍ତର କରିବୁ ନାହିଁ,

ସତେଭାଗ୍ଯ ହେବ ନିରିମାଲ୍ଯ ପାଣି

   ତୋ ହାତୁଁ ପାଇବି ମୁହିଁ।


ଭାଗବତ ପଦେ ଶୁଣିବି ତୋ ମୁଖୁଁ

    ମୋ ଜୀବ ନିସ୍ତରୀ ଯିବ,

ସେହି ହରିନାମ ମୋ ଜୀବନରେ

    ଶେଷକୁ ସଙ୍ଖାଳି ହେବ।


ଶେଷବେଳେ ଅନ୍ନ ଦୋଓଟି ପାଟିରେ 

   ଦେବାକୁ ଭୁଲିବୁ ନାହିଁ,

ଯେତେବେଳେଶେଷ ନିଃଶ୍ୱାସଛାଡିବି

    ତୋ କୋଳରେ ଥିବି ମୁହିଁ।


ବାହାରେ ତୁ ହାଣ୍ଡି ଥୋଇଦେବୁ ଧନ

    ଗୋବର ପାଣି ପକେଇ।

ପାଳଦ‌ଉଡିରେ ଛ'ଖଣ୍ଡି ବାଉଁଶ

    ଯତନେ ବାନ୍ଧି କୋକେଇ ।


କାନ୍ଧରେ ତୁ ମୋତେ ମଶାଣୀ ଦୁଆର

   ଆନନ୍ଦରେ ନେବୁ ବୋହି।

କୋକେଇରେଶୋଇ ଯାଉଥିବି ପୁଣି

    କାନ ଥିବଖୋଲା ରହି ।


ରାମ ନାମ ସତ୍ୟ ହରିନାମ ସତ୍ୟ

    ତୋ ମୁଖୁଁ ଶୁଣିବି ମୁହିଁ।

ଅଭଙ୍ଗା ନିଦରେ ଶୁଆଇ ଦେବୁରେ

    ସଙ୍ଗାଡିର ଶେଯପରେ,


ପୁଣି ଜୂଈ ନିଆଁ ହେବ ଅମାନିଆ 

    ପୋଡିଦେବ ସେତେବେଳେ।

 ଏଇତ ସଂସାର ଦି'ଦିନର ଖେଳ

   ସବୁ ଆଜି ସରିଗଲା,


ମୋ ଘର ଅଗଣା ମୋର ପରିବାର

    ମୋଅ ପାଇଁ ପର ହେଲା ।

ଲାଗିଯା ଏଥର କ୍ରୀୟାକର୍ମେ ବାବୁ

   ଶୁଦ୍ଧି କାର୍ଯ୍ୟ ସାରି ଦେ,


 ବାପର କର୍ତ୍ତବ୍ଯେ ସଂସାର ବୋଝକୁ

   କଷ୍ଟେ ମଷ୍ଟେ ବୋହି ନେ।

ଭରଷା କରିଥା ଶ୍ରୀ ବଳଦେବଙ୍କୁ

    ସବୁ ସମର୍ପି ତୁ ଦେ,

ତୋ ହାନିଲାଭ ତୋ ଭଲମନ୍ଦ

    ବେଳେ ସାହା ହେବେ ସିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy