STORYMIRROR

Debadatta Jena

Abstract Romance Tragedy

4  

Debadatta Jena

Abstract Romance Tragedy

ଥୁଣ୍ଟା ଗଛ

ଥୁଣ୍ଟା ଗଛ

2 mins
304


ଶ୍ରାବଣୀ..., 


ତୁମେ ମୋ ବିଦଗ୍ଧ ବୈଶାଖର 


ବିସ୍ମୃତ ମୌସୁମୀ.. ! 


ୠତୁମତୀ..!!


ତୁମେ ଗଲା ପରେ ପରେ.. 


ଅଗଣାରେ ମୋର ବର୍ଷା ନାଇଁ, 


ତୁମେ ଗଲା ପରେ ଆକାଶରେ 


ମୋର ମେଘ କାଇଁ..? 


ତୁମ ବିନୁ ଏ ଅଗଣା, ଏ ଘର, 


ସବୁ ନୀରବ,ନିଥର..,


ସବୁ ଲାଗେ ଶୁଷ୍କ, ଧୂଳି ଧୂସରିତ, 


ଯେତେ ସବୁ ଗଛ ବୃଛ,ଫୁଲ, 


ଫଳ,ପତ୍ର,ତରୁ,ଲତା.., 


ଅପାର୍ଥିବ,ସବୁ ରଂଗ ହୀନ, 


ବିବ୍ରତ, ଅସ୍ତ ବ୍ୟସ୍ତ ଓ ଭୀତତ୍ରସ୍ତ, 


ଚାରି ଆଡେ ଖାଲି ଶୁଖିଲା ପତ୍ର ମାନଙ୍କର 


ଅସମ୍ଭବ ଗହଳି,ପରସ୍ତ ପରସ୍ତ ଆସ୍ତରଣ 


ବହଳ ଧୂସର ଶୁଖିଲା ପଣ...!


ତୁମ ବିହୁନେ ସବୁ ଶୁଷ୍କ,ଉତପ୍ତ ମରୁଭୂମି..., 


ତୁମ ବିନୁ ଲାଗୁଛି ନିଃସ୍ତବ୍ଧ,ନିଦାଘ.., 


ତୁମ ବିନୁ ସେ ଗଛ ପତ୍ରର ରଂଗ ମଳିନ,ବିବର୍ଣ୍ଣ , 


ତୁମ ବିନା ସେ ଡାଳରେ ପତ୍ର ଝଡ଼ା, ଅସଂପୂର୍ଣ୍ଣ, 


ତୁମ ବିନା ସେ ଗଛ ଅସୌନ୍ଦର୍ଯ୍ୟ, ପତ୍ର ଶୂନ୍ୟ, 


ତୁମ ବିନା ଏ ବାଡ଼ି ଅଗଣା ବି ଅତୃପ୍ତ,ଅନୁତପ୍ତ, 


ବେରଙ୍ଗ,ଚିର ହରିତ ଶୂନ୍ୟ ଅ-ସବୁଜ, 


ଚେତନା ହୀନ,ବିଦୀର୍ଣ୍ଣ ଥୁଣ୍ଟା ଗଛ..!


ବିରହୀଣୀ ବର୍ଷା.. 


ତୁମ ଅନୁପସ୍ଥିତି, 


ବେଶ ଅସହ୍ୟ, ଅସ୍ୱାଭାବିକ.., 


ମୋ ପରିବେଶ,ଚତୁର୍ପାଶ୍ୱ, ପରିପାର୍ଶ୍ଵ.., 


ସବୁ ଲାଗେ ରଂଗ ହୀନ, 


ରୂପ ହୀନ, ଛନ୍ଦ ହୀନ.., 


ତୁମ ବିନା ବୃକ୍ଷ ହୁଏ ମେଦ ଶୂନ୍ୟ,


ତୁମ ଅପହଞ୍ଚ, ଏ ଘଞ୍ଚ କାନନର କାୟା, 


ଅବସ୍ଥା ହୁଏ ଜରା ଜୀର୍ଣ୍ଣ, 


ତୁମେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ, 


ତୁମ ପାଇଁ, ତୁମ ପ୍ରିୟ ଆତ୍ମୀୟ,ସହୋଦର 


ସେ ତରୁ ଲତା,ଆଜି ସ୍ଥିର, ନିଃଶ୍ଚଳ,


ଅଚଞ୍ଚଳ,ଦଣ୍ଡାୟ ମାନ,ଛୁଉଁଚି ମଥାନ, 


କିଂତୁ.. 


ବାସ୍ତବିକ ସେ ତ ନିହାତି ଅପୂର୍ଣ୍ଣ..!


ଜୀବନ୍ମମୟୀ.. 


ଆସ ତୁମେ ମେଘ ଦୋଳିରେ, 


ଋତୁ ରାଣୀ ସାଜି,ଅସରନ୍ତି ଶ୍ରାବଣର


ପଟୁଆର ନେଇ, 


ତୁମ ଆସିବା ବାଟକୁ ଅପେକ୍ଷା ରତ 


ତୁମ ଆଦର ଆତ୍ମୀୟ, ସ୍ୱଜନ,ସହୋଦର 


ଶାଖା ପ୍ରଶାଖା ମାନେ,ଅତି ଆତୁରରେ, 


ଏ ସନ୍ଧିକ୍ଷଣରେ.., 


ତୁମ ବିନୁ ଶ୍ରୀହୀନ ପଲ୍ଲଵ, 


ଅସ୍ଥି ପଞ୍ଜରା ଅସମାନ,ଅସାମଞ୍ଜସ୍ୟ, 


ଖାଁ ଖାଁ ଥୁଣ୍ଟା ଗଛ,ପତ୍ର ଝଡା ସାଦୃଶ୍ୟ, 


ହେବ ପଲ୍ଲବିତ,ପାଇଲେ ସାନ୍ନିଧ୍ୟ..!


ପ୍ରିୟ ସହୋଦରୀ.. 


ଫେରିବ ଋତୁମତୀ, 


ତୁମ ଋତୁ ପରିକ୍ରମଣରେ, 


ଋତୁଚକ୍ର ତ ଚିରନ୍ତନ,ଧ୍ରୁବ ସତ୍ୟ, 


ନିତ୍ୟ ନୈମିତ୍ତିକ, ସମୟ ସାରଣୀରେ, 


ତୁମେ ଆସିଲେ.. 


ଆଉ ଥମିବ ଧୂଳି ଝଡ଼,ନ ଥିବ ଉନ୍ମାଦ, 


ହଟିବ ନିରାଶାର ବାଲି ଝଡ଼, 


ଅସମ୍ପୂର୍ଣ୍ଣ ଅବୟବ 


ହେବ ପୂର୍ଣ୍ଣ ପଲ୍ଲବିତ, 


ତଥାପି ଅପେକ୍ଷା,ଶେଷ ବସନ୍ତର 


ଆସ ଝରି ଯାଅ ଏ ବିଦଗ୍ଧ ପ୍ରାଣ, ଛୁଇଁ ଯାଅ, 


ପୁରି ଉଠୁ ଧରା ବକ୍ଷ, 


ଅପସରୁ ଅପସ୍ମାର, କଣ୍ଟକିତ ବନ, 


ନବ ପଲ୍ଲଵରେ, ସୃଜନୀରେ ପୁରି ଉଠୁ 


କଅଁଳ ତରୁ, ଲତା, ପତ୍ର, 


ଚିର ହରିତ ବୃକ୍ଷର ଗହଳ, ହସି ଉଠୁ ମୋ 


ଉଜୁଡା କ୍ଷେତ, ଲଣ୍ଡା ଗଛ, ସବୁଜ ଡାଳ, 


ତୁମରି ଛୁଆଁରେ, 


ଥୁଣ୍ଟା ଗଛରେ ପରି ପୂର୍ଣ୍ଣତା ଆସୁ 


ଏଇ ମୋ ବାଡ଼ି ଅଗଣାରେ 


ହସୁ ଚିର ବସଂତ,ମହ ମହ ଫୁଲ ଓ ଫଗୁଣରେ..!


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract