ଉଲୁଗୁଲାନ..
ଉଲୁଗୁଲାନ..
ଆଜି ବି ସମଲ ମାଗୁ ଅଛି ମୂଲ,
ସେଇ ଗଡ଼ପାଟି,ଝର ଘାଟି,ଦେବ୍ରୀ ଗଡ଼ ଦୁର୍ଗ,
କୁଦୋ ପାରି ଆଉ ସେ ଆଖଡ଼ା ଦାଣ୍ଡ,
ଗିରି କାନନେ ଆଜି ଜଳଇ ମୁକ୍ତିର ମଶାଲ,
ହେ ବୀର ପୁଂଗବ,ସୁଯୋଗ୍ୟ ଦାୟାଦ,
ଏ ମାଟି ମାଆର ତ ତୁମେ ଯୋଗ୍ୟତମ ପୁତ୍ର,
ଗଣ୍ଡ, ବିଂଝାଲ, ଭୂଇଁଆ ଓ କୋହ୍ଲ,
ଆଜି ବି ମାଗୁଛି ବିପ୍ଳବର ବହ୍ନି, ରକ୍ତର ସ୍ନାନ,
ବୀର ଚୌହାନ, ଧରମ ସିଂ ସୁତ,
ବୀର ସୁରେନ୍ଦ୍ର ସାଏ,ତୁମେ ମହାନ ସନ୍ତାନ
କରୁଛୁ ଆମେ ଆଜି ସଂଗ୍ରାମୀ ଲାଲ ସଲାମ..!
ତୁମ ରକ୍ତରେ ଉଲୁଗୁଲାନ,
ସ୍ଵଦେହରେ ତୁମ ଅସୀମ ବୀରତ୍ୱ,
ତେଜୀୟାନ ତେଜି ବିପ୍ଳବର ବଳିଷ୍ଠ ନେତୃତ୍ୱ
ଫିରିଙ୍ଗି ସେନାର କରି ମଥା ନତ,
ସୁ ସଂହତ ଧର୍ଯ୍ୟ ଆଉ ଯୋଜନା ବଦ୍ଧ ଯୁଦ୍ଧ,
ବ୍ରିଟିଶ ବାହିନୀ ହେଲା ଲକ୍ଷ୍ୟ ଭ୍ରଷ୍ଟ,
ଅର୍ଦ୍ଧାଧିକ ବୟସ କଷଣ ଲଭି ବନ୍ଦୀ କାରାରୁଦ୍ଧ,
ତଥାପି ତୁମେ ଚିର ସଂଗ୍ରାମ ରତ
ପଛ ଘୁଞ୍ଚା ତ ନାହିଁ କେବେ ପରାଣ ଆତଙ୍କ..!
ହେ ବୀର ସମ୍ରାଟ, ଚୌହାନ ବଂଶଜ,
ସ୍ୱୟଂ ବିଜିତ ଯେ ତୁମେ,
ଶେଷ ସ୍ୱାଧୀନ ରାଜା, ସ୍ୱୀୟ ଘୋଷିତ,
ହେଲ ବିବର୍ଜିତ, ସ୍ୱଦେହରେ ତୁମ୍ଭ ଦାମ୍ଭିକ ସାହସ,
ସ୍ୱାଧୀନ ଚିତ୍ତ ତୁମେ ବୀରତ୍ୱ ପ୍ରତୀକ,
ସ୍ୱାଧୀନତାର ବହ୍ନି ପ୍ରଥମ ସନ୍ତକ, ସ୍ୱତଃ ପ୍ରଜ୍ଜଳିତ,
ନିର୍ଭିକ ଯୋଦ୍ଧା, ସ୍ୱାଭିମାନ ରକ୍ଷକ,
ଆତ୍ମ ଅଭିମାନେ ତୁମେ କେବେ ହୋଇନ ପ୍ରଲୁବ୍ଧ,
ଲଢ଼ିବା ତ ତୁମ ଧର୍ମ, ତୁମ ବ୍ରତ,
ହାରିଗଲ ସିନା ଜୀବନ ଯୁଦ୍ଧରେ ନ ହେଲ ନତ ମସ୍ତକ,
ଆଉ ହୋଇ ନାହଁ କେବେ ବଶ..!
ଚିର ଅମ୍ଲାନ ତୁମ ବିପ୍ଳବର ଅଗ୍ନି,ଲେଲିହାନ ଅଗ୍ନି ଶିଖା,
ଇତିହାସ ତୁମ ସ୍ୱର୍ଣ୍ଣାକ୍ଷରେ ଲେଖା,
ତଥାପି ଅଵଗୁଣ୍ଠିତ, ନିଷ୍ପେସିତ,
ଆକୁମାରୀ ହିମାଚଳ ଥିଲା କରାୟତ୍ତ
ହେଲେ ସେ ସମଲ,ନଇଁ ନାଇଁ ମଥା, ଥଲା ସେ ସ୍ଵତନ୍ତ୍ର,
ସଦା ଅଣାୟତ୍ତ, ସେ ସ୍ୱାଧୀନ ଚିତ୍ତ,
ଫିରିଙ୍ଗି ସେନା ହତ ଚକିତ,
ସେ ମାଟି, ଆକାଶ, ଗାଉଛି ସେ ଗୀତ,
ସେ ବଜ୍ର ଭୈରବ, ଘୋର ନିନାଦ.. !
ଅଦମ୍ୟ ସାହସ, ବୀରତ୍ୱର ଗାଥା,ସଶସ୍ତ୍ର ସଂଘର୍ଷ,
ଗୁରୁ ଗମ୍ଭୀର ଆର୍ତ୍ତନାଦ,
ତୁମ ସ୍ପର୍ଦ୍ଧିତ ସ୍ୱର,ଶାଣିତ,ମାର୍ଜିତ, ଶୋଣିତ, ସ୍ଫୁରିତ
ଇତିହାସ ଆଜି, ଅଛି ଗୌରବାନ୍ବିତ,
ସେ ସଂଘର୍ଷ ଥିଲା ଜାତୀୟ ସଂଗ୍ରାମ ଓ ଗାରିମାର,
ସୁସ୍ପଷ୍ଟ ପଦ ଚିହ୍ନ..!
ଗୋରା ପାଗୋଡାର ତୁମେ ଦୁର୍ଭାଗ୍ୟ
ମୁକ୍ତି ସଂଗ୍ରାମର ପ୍ରଥମ ଉଦ୍ୟମ,
ତୁମେ ସେ ଅଜସ୍ର ଲକ୍ଷ୍ୟ, ତୁମେ ନିଶ୍ଚିତ ବ୍ୟତିକ୍ରମ,
ହେ ସମଲ ବୀର,ଶେଷ ସ୍ୱାଧୀନ ରାଜ,
ଯେ ଉଜ୍ଜଳ ନକ୍ଷତ୍ର ଗୌରବ ବିମଣ୍ଡିତ,
ଆଜି ତୁମେ କି ପରାହତ..?
ଦେଶ ପ୍ରେମୀ କେବେ ହୁଏ ଭୁଲୁଣ୍ଠିତ, ଦେଶ ପ୍ରେମେ
ନୁହେଁ କେବେ କଳୁଷିତ, ଉତ୍ତିଷ୍ଠ, ଜାଗ୍ରତ..!
ଜାଗ ହେ ସୈନିକ ଜାଗ, ନିଅ ହେ ବଜ୍ର ଶପଥ,
କଳିଙ୍ଗ ଉତ୍କଳ ହେ ମାଟି ସନ୍ତାନ,
ଜାଗ, ତେଜ୍,ଉଚ୍ଚ କରି ନିଜ ସ୍ୱାର୍ଥ ତ୍ୟାଗ,
ଉତ୍କଳ ମାତାର ଗୌରବ ସନ୍ତାନ,ଉଚ୍ଚକର ଅଭିଳାଷ,
ଜାତିର ରକ୍ଷକ, ନ ହୁଅ ଯେ ଅବହେଳିତ,
ଏ ଦେଶ ମାଟିର ପରାକାଷ୍ଠା ପାଇଁ
ନ ହୁଅ ହେ ନିନ୍ଦିତ, ହୋଇ ଉଠ ଉଦ୍ଜୀବିତ,
ଦେଶ ପ୍ରେମ ପାଇଁ ଉଦବୁଦ୍ଧ ହୋଇ,ଉଚ୍ଚ କର ସମ୍ମାନ,
ଜାଗ୍ରତ ହୁଅ, ପ୍ରଜ୍ଜଳିତ ହୁଅ ଉଠ, ସୁଯୋଗ୍ୟ ଦାୟାଦ,
ପ୍ରତିବଦ୍ଧ ହୁଅ, ପ୍ରତିଶୃତି ଦିଅ,
ହୋଇ ତୁମେ ସତ୍ୟ କାମ, ସତ ପଥ ସଂଗ୍ରାମ,
ମନ୍ତ୍ର ସିଦ୍ଧ ହୁଅ, ମନ୍ତ୍ର ମୁଗ୍ଧ ହୁଅ,ସେ ମନ୍ତ ଉଲୁଗୁଲାନ,
ଜୀବନ ବ୍ରତରେ ପ୍ରତି ରକ୍ତ ବିନ୍ଦୁ
ସ୍ୱତଃସ୍ଫୁର୍ତ୍ତ ଗାଉ, ହୃଦୟର ଉଲୁଗୁଲାନ,
ଆମେ ସ୍ୱାଧୀନ ଭାରତ ବର୍ଷ,
ଦେଶର ସୁରକ୍ଷା,ମାତୃଭୂମିର ମମତା ଉଦବୁଦ୍ଧ ଆମେ,
ରଖିବା ଏ ଦେଶ ସୁନାର ଭାରତ ଶ୍ରେଷ୍ଠ..!
