STORYMIRROR

Secret Superstar

Drama Tragedy Crime

3  

Secret Superstar

Drama Tragedy Crime

ଆଦିମ କାଳରୁ ପ୍ରତିଟି ପରିବାରରେ ଜଣେ ପର ଥାଏ

ଆଦିମ କାଳରୁ ପ୍ରତିଟି ପରିବାରରେ ଜଣେ ପର ଥାଏ

2 mins
169

ସେ ପର ଅଟେ ଯେ ପର୍ଯ୍ୟନ୍ତ ପୁଣି କିଏ ପର ନ ଆସେ 

ହଁ ହଁ ପ୍ରତିଟି ଘରେ ପ୍ରତିଟି ପରିବାରରେ 

ଜଣେ ମଣିଷ ପର ହିଁ ଥାଏ 

ସେ ଆଉ କିଏ ନୁହେଁ 

ସେ ପରିବାରର କାହାର ଭାଉଜ ,

କାର ବୋହୂ ,କାର ସ୍ତ୍ରୀ ହୋଇଥାଏ ।


ନିଜର ସଭିଙ୍କୁ ପର କରି ....ଯେ ଆସିଛି ଚାଲି 

ନିଜର ପରିବାର ନାମେ ନିତି ଖାଏ ଗାଳି 

ବଡ ଅଜବ ଏ ନିୟମ 

ତା ଠାରୁ ଯେ ଜନମ 

ସେ ରକ୍ତର ହୋଇଯାଏ 

କିନ୍ତୁ 

ସେ ସଭିଙ୍କ ପାଇଁ ଆଜି ବି ପର ଅଟେ 

ସେ ଆଉ କିଏ ନୁହେଁ 

ସେ ପରିବାରର କାହାର ଭାଉଜ , କାର ବୋହୂ , କାର ସ୍ତ୍ରୀ ହୋଇଥାଏ ।। 


ହଁ ହଁ ଭଲକଥା...

ନୁହେଁ ବିବାହ କେବଳ ମିଳନ ଦୁଇ ମଣିଷର 

ସମାଜ ପାଇଁ 

ଆଜି ବି ବିବାହ ମିଳନ ଦୁଇ ପରିବାରର 

ସେଥିପାଇଁ 

ଆଜି ବି ସମାଜ 

ଘୃଣା କରେ ଯେବେ ଶୁଣେ କେ କରେ ପ୍ରେମ ବିବାହ 

କିନ୍ତୁ ବୁଝିହୁଏ ନାହିଁ 

ଭଲ ଘର ଭଲ ପରିବାର ଭଲ ଝିଅ କାଲି ଥିଲା ଯେ 

ବିବାହର ଦିନେ ପରେ 

ଘରେ ମାଉସୀ ନଣନ୍ଦ ପିଉସୀଙ୍କ 

ଚୁଗୁଲିର କାରଣ ବନିଯାଏ 

ସେ ଆଣିଥିବା ସବୁକିଛି ...ନିଜର ବନିଯାଏ 

କିନ୍ତୁ ସେ ପର ହେଇ ରହିଯାଏ ।

ସେ ଆଉ କିଏ ନୁହେଁ 

ସେ ପରିବାରର କାହାର ଭାଉଜ ,

କାହାର ବୋହୂ , କାର ସ୍ତ୍ରୀ ହୋଇଥାଏ । ।

  

ପୁରୁଷଟିଏ ବୁଝିନପାରେ 

ଯେ ପରିବାର ପରିଜନର ଖୁସି ପାଇଁ 

ବିବାହ କରିଥିଲା .....ସଭିଙ୍କ ପସନ୍ଦକୁ ନେଇ 

ସେ ପରିବାର ଆଜି କହେ 

ଭଲ ନୁହେଁ ସେ ...ପର ସେ ଅଟଇ 

ବୁଝିପାରେନା ସେ 

ଇଏ ପାଗଳାମି ନା ଉପହାସ 

କହିବ ବା କାହକୁ 

ସଭିଏଁ ନିଜର 

କାହାକୁ ଦେବ ଦୋଷ 

ବୁଝାଇବାକୁ ଚେଷ୍ଟା କରେ ଏହା କହି 

ତାକୁ ପର ଭାବିବା କିପରି 

ଯେ ନିଜର ଲୋକଙ୍କୁ ଛାଡିଆସିଛି 

ଆମ ଉପରେ ବିଶ୍ୱାସ କରି 

( ବେଳେ ବେଳେ ତ ସଭିଏଁ ତା କଥା ବୁଝନ୍ତି ନାହିଁ , କୁହନ୍ତି ପୁଅ ବି ପର ହେଇଗଲା ବୋହୁ ପାଇଁ ) 


ସେ ଆଉ କିଏ ନୁହେଁ 

ସେ ପରିବାରର କାହାର ଭାଉଜ ,

କାହାର ବୋହୂ ,କାର ସ୍ତ୍ରୀ ହୋଇଥାଏ ।।


ଏହି ପ୍ରଥା ବଡ ବିଚିତ୍ର ଧରଣର 

ସେ ପର ବି ନିଜର ହୋଇଯାଏ 

ପୁଣି ଯେବେ ବୋହୂ ଆସେ ତାର 

ଶୋଷିତ ବି ଶୋଷକ ଏଠି...

କେ କରିବ ବା ରକ୍ଷା 

ନାରୀ ଯେବେ ଶତ୍ରୁ ଏଠି ନାରୀର 

ଏହିପରି ଆଦିମ କାଳରୁ 

ପ୍ରତିଟି ପରିବାରରେ ଜଣେ ପର ରହିଥାଏ 

ଯେ ସଭିଙ୍କୁ ନିଜଠୁ ବେଶୀ ଭଲପାଏ 

ସେ ଆଉ କିଏ ନୁହେଁ

ସେ ପରିବାରର କାହାର ଭାଉଜ ,

କାହାର ବୋହୂ , କାର ସ୍ତ୍ରୀ ହୋଇଥାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama