STORYMIRROR

Prakash Majhi

Drama Romance Crime

4  

Prakash Majhi

Drama Romance Crime

ମନେପଡ଼ ତୁମେ-୬

ମନେପଡ଼ ତୁମେ-୬

1 min
159

କଥା ଦେଇଥିଲ ସାଥିରେ ରହିବ

କରିବନି କେବେ ପର,

ଛାଡ଼ି ଚାଲିଗଲ ଏମିତି ଦୂରକୁ

ହୃଦୟ କାନ୍ଦୁଛି ମୋର ।


ପ୍ରେମର ପିରତି ଅଧାବାଟେ ମୋର

ସତେକି ଯାଇଛି ହାରି,

ମିଳନ ନଈରେ ଅମାନିଆ ଢେଉ

ଜନ୍ତ୍ରଣା ଦେଉଛି ଭାରି।


ପ୍ରାଣହୀନ ପକ୍ଷୀ ଯେମିତି ମୁଁ ଆଜି

ନିତି ହୁଏ ଛଟପଟ,

ଭଙ୍ଗାମନ ନେଇ କେତେଦିନ ଆଉ

ଚାଲିବି ଅନେକ ବାଟ।


ବିରହ ନିଆଁରେ କେତେଯେ ଜଳିବି

ଦୁଃଖରେ ଯାଉଛି ଭାସି,

କାହାକୁ କହିବି ମନକଥା ମୋର

ଶୁଣିବ କିଏସେ ଆସି?


ଆସିବାର ନାହିଁ ବୋଧେ ଯେ ତୁମର

ସବୁତ ଦେଇଛ ସାରି,

କ୍ଷୀଣ ମନବଳ ଅଜଣା ସମୟ

ଗୋଡ଼ାଇ ଖାଉଛି ମାରି।


ପାଦକୁ ପାଦରେ ଛନ୍ଦିବି କିପରି

ଚିହ୍ନତ ପଡିଛି ଖାଲି,

ହଜିଲା ଦିନର ସ୍ମୃତିର ଖବର

ଜମାରୁ ପାରୁନି ଭୁଲି।


ମରୁଭୂମି ପରି ଶୁଖିତ ପଡ଼ିଛି

ଏମିତି ଜୀବନ ରାଗ,

ଆଶାରେ ଆଶାରେ ସପନ ହଜିଛି

ଭାବନା ପାଉନି ଦିଗ।


ଯାହାତ କପାଳେ ଲେଖାମୋ ହେଇଛି

ତୁମକୁ ଦେଉନି ଦୋଷ,

ଦିନ ପରେ ଦିନ ଗଡିଯାଏ ମୋର

ଅପେକ୍ଷା ହୁଏନି ଶେଷ।


ଜନଗହଳିର ଅଚିହ୍ନା ଭିଡରେ

ଲୁଚିଛ କଉଠି ଯାଇ,

ଖୋଜିବି କେମିତି ଅପରାନ୍ତ ବାଟ

ଏକାକୀ ପାରୁନି ଧାଇଁ।


କେମିତି ବଞ୍ଚିବି ତୁମବିନା ମୁଁ ଯେ

ଲୁହରେ ଲହୁରେ ଭିଜି,

ଅମାନିଆ ହୁଏ ବୟସର ଧାର

ଠିକଣା ଯାଇଛି ହଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama